ଆସନ୍ତାକାଲିର ଯବାନ ଆଜି ରାଜଧାନୀ ରାଜରାସ୍ତାରେ ପଡ଼ିଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେନାରେ ଯୋଗଦେବେ, ଦେଶ ସେବା କରିବେ। ସେହି ଆଶା ଓ ଭରସାକୁ ସାଥୀରେ ନେଇ କିଏ କେଉଁଠୁ ଧାଇଁ ଆସିଥିଲେ ଭୁବନେଶ୍ୱରକୁ। ହେଲେ ଦୂରରୁ ସୁନ୍ଦର ଦେଖାଯାଉଥିବା ଏହି ସହର କିନ୍ତୁ ସେମାନଙ୍କ ସହିତ ଛଳନା କରିଛି। ରାତିରେ ଆଶ୍ରୟ ନେବା ପାଇଁ ପ୍ରଶାସନିକ ସ୍ଥରରେ ବ୍ୟବସ୍ଥା କରାଯାଇନଥିବାରୁ ରାଜଧାନୀର ରାଜରାସ୍ତାରେ ଏମାନେ ରାତି ବିତାଇଛନ୍ତି। ଯାହା ଚିତ୍ର ଅତି ଦୟନୀୟ। ଏହି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଟେରିଟୋରିଆଲ୍‌ […]

bbsr

Manoranjan Sial
  • Published: Monday, 14 October 2019
  • , Updated: 14 October 2019, 06:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେନାରେ ଯୋଗଦେବେ, ଦେଶ ସେବା କରିବେ। ସେହି ଆଶା ଓ ଭରସାକୁ ସାଥୀରେ ନେଇ କିଏ କେଉଁଠୁ ଧାଇଁ ଆସିଥିଲେ ଭୁବନେଶ୍ୱରକୁ। ହେଲେ ଦୂରରୁ ସୁନ୍ଦର ଦେଖାଯାଉଥିବା ଏହି ସହର କିନ୍ତୁ ସେମାନଙ୍କ ସହିତ ଛଳନା କରିଛି। ରାତିରେ ଆଶ୍ରୟ ନେବା ପାଇଁ ପ୍ରଶାସନିକ ସ୍ଥରରେ ବ୍ୟବସ୍ଥା କରାଯାଇନଥିବାରୁ ରାଜଧାନୀର ରାଜରାସ୍ତାରେ ଏମାନେ ରାତି ବିତାଇଛନ୍ତି। ଯାହା ଚିତ୍ର ଅତି ଦୟନୀୟ। ଏହି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା 120 ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଯବାନ ଭର୍ତ୍ତି ପାଇଁ ନିଯୁକ୍ତି ରାଲି ବେଳେ ବହୁ ହଇରାଣର ସମ୍ମୁଖୀନ ହୋଇଛନ୍ତି ପରୀକ୍ଷାର୍ଥୀ। କାରଣ ସେମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା। ପରୀକ୍ଷା ଦେବାକୁ ଆସିଥିବା ହଜାର ହଜାର ପରକ୍ଷାର୍ଥୀ ଭୁବନେଶ୍ୱରରେ ରାତି ସାରା ଅସୁରକ୍ଷିତ ଭାବେ ଫୁଟପାଥ୍‌ରେ ଶୋଇଥିଲେ। କିଏ କିଏ ଖୋଲା ଆକାଶ ତଳେ ମଧ୍ୟ ଶୋଇଥିଲେ। ସୋଶାଲ୍‌ ମିଡ଼ିଆରେ ଏହାର ଭିଜୁଆଲ୍ ଭାଇରାଲ ହୋଇଛି।

ତେବେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏ ସଂପର୍କରେ ସେନା ସହିତ ଆଲୋଚନା ହୋଇଛି। ପରୀକ୍ଷାର୍ଥୀଙ୍କ ପାଇଁ ଅସ୍ଥାୟୀ ଭାବେ ଟେଣ୍ଟ କରିବାକୁ ଏକ ଖୋଲା ପଡ଼ିଆ ଯୋଗାଇ ଦିଆଯାଇଛି। ଆଉ ଯଦି କିଛି ସହଯୋଗ ଦରକାର ହୁଏ, ତେବେ କମିଶନରେଟ୍‌ ପୁଲିସ ତାହା ଯୋଗାଇ ଦେବ। କିନ୍ତୁ ସେନାର ନିଯୁକ୍ତି ପ୍ରକ୍ରିୟାରେ କୌଣସି ହସ୍ତକ୍ଷେପ ରାଜ୍ୟ ପୁଲିସ କରିପାରିବ ନାହିଁ ବୋଲି କହିଛନ୍ତି ପୁଲିସ କମିଶନର।

Related story