କଟକ ମହାନଗରରୁ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୧୪ ଲୋକାଲ୍‌ କେସ୍‌

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ସହରରୁ ଆଉ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫ ଜଣ ହୋମ୍‌ କ୍ୱାରେଣ୍ଟାଇନ, ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌ ଓ ୧୪ ଲୋକାଲ କେସ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ୧୪ ଲୋକାଲ୍‌ କେସ୍‌ ମଧ୍ୟରେ ବିଡ଼ାନାଶି ଶୌଚାଳୟ ଲେନ୍‌ରୁ ଜଣେ, ବାଉରି ସାହିରୁ ଜଣେ, ଓଡ଼ିଆ ବଜାରରୁ ୨ ଜଣ, ଓଲଡ୍‌ ରାଉସପାଟଣାରୁ ୨ ଜଣ, ଚାନ୍ଦିନୀ […]

corona-in-odisha

Manoranjan Sial
  • Published: Friday, 24 July 2020
  • , Updated: 24 July 2020, 08:27 PM IST

କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ସହରରୁ ଆଉ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫ ଜଣ ହୋମ୍‌ କ୍ୱାରେଣ୍ଟାଇନ, ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌ ଓ ୧୪ ଲୋକାଲ କେସ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

୧୪ ଲୋକାଲ୍‌ କେସ୍‌ ମଧ୍ୟରେ ବିଡ଼ାନାଶି ଶୌଚାଳୟ ଲେନ୍‌ରୁ ଜଣେ, ବାଉରି ସାହିରୁ ଜଣେ, ଓଡ଼ିଆ ବଜାରରୁ ୨ ଜଣ, ଓଲଡ୍‌ ରାଉସପାଟଣାରୁ ୨ ଜଣ, ଚାନ୍ଦିନୀ ଚୌକରୁ ଜଣେ, ଖ୍ରୀଷ୍ଟିଆନ୍‌ ସାହିରୁ ଜଣେ, ଗୋପାଳପୁର ବାଲିକୁଦାରୁ ଜଣେ, ଶିଖରପୁର ନଦୀକୁଳ ସାହିରୁ ଜଣେ, ନୂଆସାହିରୁ ଜରେ କୋଭିଡ୍‌ ଯୋଦ୍ଧା, ନୂଆସାହି ଗଣ୍ଡରପୁରରୁ ଜଣେ, ନୂଆ ବଜାରରୁ ଜଣେ ଓ ଦିୱାନ୍‌ ବଜାରରୁ ଜଣେ ଲେଖାଏଁ ଅଛନ୍ତି।

https://twitter.com/CMCCuttack/status/1286664520367132672?s=20

ସେହିପରି ବକ୍ସିବଜାର ବାସୁଳିସାହିରୁ ୨୩, ଡଗରପଡ଼ା ବାଣୀନଗରରୁ ୨୪, ଶଙ୍କରପୁର ଦାସସାହିରୁ ୭, ଦୋଳମୁଣ୍ଡାଇରୁ ୬, ସିଡିଏ ସେକ୍ଟର-୭ରୁ ୫, ଜଗତପୁର ପଦ୍ରାସାହିରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୫୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୨୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story