କଟକ ସହରରେ ୪୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨ ଲୋକାଲ୍ କେସ୍
କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ସହରରୁ ଆଉ ୪୧ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୩୯ କ୍ୱାରେଣ୍ଟାଇନ୍ରୁ ଓ ୨ ଲୋକାଲ କେସ୍। ଏନେଇ କଟକ ମହାନଗର ନଗମ(ସିଏମ୍ସି) ଟ୍ୱିଟ୍ କରିଛି।
#COVID19 update in Cuttack city (CMC area)
Out of the 60 new COVID-19 +ve cases reported today in #Cuttack district, 41 +ve cases belong to Cuttack city (CMC area).
Another 10 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/0v4XLjnQkj
— CMC,Cuttack (@CMCCuttack) July 28, 2020
ଆଜି ଚିହ୍ନଟ ହୋଇଥିବା ୪୧ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଦିୱାନ୍ ବଜାରରୁ ୧୫ ‘କରୋନା’ ପଜିଟିଭ୍ ବାହାରିଛନ୍ତି। ସେହିପରି ଶଙ୍କରପୁରରୁ ୩, ସେକ୍ ବଜାରରୁ ୨, ସିଡିଏ ସେର-୯ରୁ ୨ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ମଠସାହିରୁ ଜଣେ ଓ ପୁଲିସ କଲୋନିରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛି।
ଆଜି ସୁଦ୍ଧା ସିଏମ୍ସି ଅଞ୍ଚଳରୁ ୭୭୭ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୫୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।