ମଙ୍ଗଳବାର ପ୍ରଥମଥର ଭୋଟ୍ ଦେବେ ୭.୧୧ ଲକ୍ଷ, ମହିଳାଙ୍କ ଦାୟିତ୍ୱରେ ୩୮ଟି ମତଦାନ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ ଲକ୍ଷ ଭୋଟର ଆସନ୍ତାକାଲି ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏସବୁ ଆସନରେ ୭ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦାୟିତ୍ୱରେ ୩୮ଟି ମତଦାନ କେନ୍ଦ୍ର ସମେତ ମୋଟ ୧୦,୪୬୪ଟି ମତଦାନ କେନ୍ଦ୍ର ହୋଇଛି। ଏଥିରୁ ୩୧୮୬ଟି ମତଦାନ କେନ୍ଦ୍ର ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି। […]

vot1111

Manoranjan Sial
  • Published: Monday, 22 April 2019
  • , Updated: 22 April 2019, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ ଲକ୍ଷ ଭୋଟର ଆସନ୍ତାକାଲି ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏସବୁ ଆସନରେ ୭ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦାୟିତ୍ୱରେ ୩୮ଟି ମତଦାନ କେନ୍ଦ୍ର ସମେତ ମୋଟ ୧୦,୪୬୪ଟି ମତଦାନ କେନ୍ଦ୍ର ହୋଇଛି। ଏଥିରୁ ୩୧୮୬ଟି ମତଦାନ କେନ୍ଦ୍ର ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି।

ଏହି ପର୍ଯ୍ୟାୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଶାସକରୁ ରାଜନେତା ହୋଇଥିବା ପ୍ରକାଶ ମିଶ୍ର, ଅପରାଜିତା ଷଡ଼ଙ୍ଗୀ,ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ପ୍ରମୁଖ ପ୍ରାର୍ଥୀ ହୋଇଥିବାବେଳେ ହେଭିୱେଟ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ସମ୍ବିତ ପାତ୍ର ଏବଂ ୬ଜଣ ମନ୍ତ୍ରୀ- ବଦ୍ରିନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା ଓ ଚନ୍ଦ୍ରସାରଥୀ ବେହେରା ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ପିପିଲି ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ କଟକ,ପୁରୀ,ଭୁବନେଶ୍ୱର,ସମ୍ବଲପୁର,ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ଭୋଟଗ୍ରହଣ ହେବ। ୪୭,୯୯,୦୩୦ଜଣ ପୁରୁଷ ଭୋଟର, ୪୪,୫୬,୭୨୯ଜଣ ମହିଳା ଭୋଟର ଓ ୧୧୬୩ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ଲୋକସଭା ଆସନ ପାଇଁ ୬ଜଣ ମହିଳାଙ୍କ ସମେତ ମୋଟ ୬୧ଜଣ ପ୍ରାର୍ଥୀ ଓ ବିଧାନସଭା ପାଇଁ ୩୭ଜଣ ମହିଳା ଓ ଜଣେ କିନ୍ନରଙ୍କ ସମେତ ମୋଟ ୩୫୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ନିର୍ବାଚନ ପରିଚାଳନା ପାଇଁ ମତଦାନ କେନ୍ଦ୍ରରେ ମୋଟ ୬୮,୪୨୨ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। କେବଳ ମହିଳା କର୍ମଚାରୀମାନଙ୍କ ମାଧ୍ୟମରେ ୩୮ଟି ମତଦାନ କେନ୍ଦ୍ରର ପରିଚାଳନା ହେବ।

Related story