ଜଳେଶ୍ୱର (ଅଜିତ ଦାସ): ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ନାଇକୁଡି ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନାଇକୁଡ଼, ଇଡଦା, କଇନଗରୀ ଓ ସାହାଡା ପଞ୍ଚାୟତର ଶତାଧିକ କର୍ମୀ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।
ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଶରତ ରାଜ ଓ ସତ୍ୟଶିବ ଦାସ ପ୍ରମୁଖ ଯୋଗଦେଇ କର୍ମୀଙ୍କୁ ସ୍ୱାଗତ କରିଛନ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରୁ ଦୁର୍ନୀତି ଓ ଗରିବୀ ହଟିବ ବୋଲି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ଅତିଥିମାନେ କହିଛନ୍ତି।