ପୂରଣ ହେଉନି ଯୁକ୍ତ ଦୁଇ କଲେଜରେ ସିଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେଲାଣି। ହେଲେ ଏବେବି ଖାଲି ପଡ଼ିଛି ଲକ୍ଷାଧିକ ସିଟ। ରାଜ୍ୟର ୧ ହଜାର ୯୮୪ଟି ଜୁନିୟର କଲେଜରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମୋଟ୍‌ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର […]

strict-surveillance-system-are-in-place-for-the-plus-two-exams

Manoranjan Sial
  • Published: Tuesday, 30 July 2019
  • , Updated: 30 July 2019, 07:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେଲାଣି। ହେଲେ ଏବେବି ଖାଲି ପଡ଼ିଛି ଲକ୍ଷାଧିକ ସିଟ। ରାଜ୍ୟର ୧ ହଜାର ୯୮୪ଟି ଜୁନିୟର କଲେଜରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମୋଟ୍‌ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ତେବେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସିଟ୍‌ ଖାଲି ପଡ଼ିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିନ୍ତା ବଢାଇ ଦେଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪ ହଜାର ୫୬୬ ସିଟ୍‌ ଖାଲି ପଡ଼ିଥିବା ବେଳେ ତା’ ତଳକୁ ଖୋର୍ଦ୍ଧା ରହିଛି। ତେବେ କାହିଁକି ଯୁକ୍ତ ଦୁଇ ପଢ଼ିବାକୁ ମନ ବଳାଉ ନାହାନ୍ତି ଛାତ୍ରଛାତ୍ରୀ? କାହିଁକି ଖାଲି ପଡ଼ୁଛି ଲକ୍ଷାଧିକ ସିଟ୍? ମନ ମୁତାବକ କଲେଜ କିମ୍ବା ସବଜେକ୍ଟରେ ପଢ଼ିବାର ସୁଯୋଗ ନମିଳିବାରୁ ବୈଷୟିକ ଶିକ୍ଷା ଆଡ଼କୁ ମୁହାଁଇବା କାରଣରୁ କିମ୍ବା ଛୋଟ ଛୋଟ କଲେଜରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଛାତ୍ରଛାତ୍ରୀ ଆଡମିଶନ ପ୍ରତି ବିମୁଖ ହେଉଥିବା ଜଣାପଡ଼ିଛି।

କେବଳ ଚଳିତ ବର୍ଷ ନୁହେଁ, ଗତବର୍ଷ ୨୦୪୧ଟି କଲେଜରେ ୯୪ ହଜାର ୩୦୧ଟି ଯୁକ୍ତ ଦୁଇ ସିଟ୍‌ ଖାଲି ପଡିଥିଲା। ଲଗାତର ସିଟ୍ ଖାଲି ପଡ଼ୁଥିବା କଲେଜକୁ ବନ୍ଦ କରାଯିବା ସତ୍ତ୍ୱେ ଏବର୍ଷ ଲକ୍ଷାଧିକ ସିଟ୍ ଖାଲି ପଡ଼ିଛି। ତଥ୍ୟକୁ ଦେଖିଲେ ଚଳିତ ବର୍ଷ ମ୍ୟାଟ୍ରିକ୍ ପାସ୍ କରିଥିବା ୩ ଲକ୍ଷ ୯୬ହଜାର ୮୭୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨ଲକ୍ଷ ୭୮ହଜାର ୭୮୩ ଜଣ ଯୁକ୍ତ ଦୁଇରେ, ୧୦ହଜାର ୯୭୬ ଜଣ ଆଇଟିଆଇରେ ଓ ୧୭ ହଜାର ୫୬୧ ଜଣ ଡିପ୍ଲୋମାରେ ଭର୍ତ୍ତି ହୋଇଛନ୍ତି। ସେପଟେ ସିଟ୍ ଖାଲି ପଡ଼ିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସରକାରଙ୍କୁ ଜଣାଇଥିବା ବେଳେ, ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା ଘରୋଇ ଜୁନିୟର କଲେଜ ଗୁଡ଼ିକୁ ବନ୍ଦ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଶିକ୍ଷାବିତ ଯୁକ୍ତି ବାଢ଼ିଛନ୍ତି।

Related story