ଅକ୍ସିଜେନ୍ ପରିବହନ: ଜିପିଏସ୍‌ରେ ନଜର ରଖିବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଉପଲବ୍ଧ କରାଇବା ଓ ପରିବହନ ଗାଡ଼ିରେ ଜିପିଏସ୍ ଲଗାଇବା ପାଇଁ ରାଜ୍ୟ ସରକାର ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ମେଡିକାଲ କଲେଜର ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ମେଡିକାଲ ଅଫିସରମାନଙ୍କୁ ଚିଠି ଲେଖି […]

oxygen-express

Ordigital Desk
  • Published: Saturday, 24 April 2021
  • , Updated: 24 April 2021, 10:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଉପଲବ୍ଧ କରାଇବା ଓ ପରିବହନ ଗାଡ଼ିରେ ଜିପିଏସ୍ ଲଗାଇବା ପାଇଁ ରାଜ୍ୟ ସରକାର ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ମେଡିକାଲ କଲେଜର ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ମେଡିକାଲ ଅଫିସରମାନଙ୍କୁ ଚିଠି ଲେଖି ଅକ୍ସିଜେନ୍ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ପୂରଣ ପାଇଁ ସରକାରଙ୍କ ପକ୍ଷରୁ ମୋଡ଼ାଲିଟି ମଧ୍ୟ ପ୍ରସ୍ତୁତ ହୋଇଛି। ଜିଲ୍ଲାରେ ଖାଲି ହେଉଥିବା ଅକ୍ସିଜେନ୍ ସିଲିଣ୍ଡରକୁ ଆବଣ୍ଟିତ ସ୍ଥାନରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୁଣିଥରେ ଭର୍ତ୍ତି କରିବା ପ୍ରକ୍ରିୟାକୁ ଡ୍ରଗ୍ସ ଇନ୍ସପେକ୍ଟର ସୁନିଶ୍ଚିତ କରିବେ।

ମେଡିକାଲ କଲେଜ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପରାମର୍ଶ କରି ଡ୍ରଗ୍ସ ଇନ୍ସପେକ୍ଟର ୩ରୁ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଗୋଟିଏ ସ୍ଥାନ ଚିହ୍ନଟ କରିବେ। ଯେଉଁଠାରୁ ନିର୍ଦ୍ଧାରିତ ପରିବହନ ଗାଡ଼ି ଖାଲି ଥିବା ଅକ୍ସିଜେନ ସିଲିଣ୍ଡରକୁ ସଂଗ୍ରହ କରିବ ଓ ସେହି ସ୍ଥାନରେ ଭର୍ତ୍ତି ଥିବା ଅକ୍ସିଜେନ୍ ସିଲିଣ୍ଡରକୁ ମଧ୍ୟ ପ୍ରଦାନ କରିବ। ମେଡିକାଲ ଅଧୀକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ସେମାନଙ୍କ ପାଖରେ ଖାଲି ଥିବା ଗାଡ଼ି କିମ୍ବା ଭଡ଼ା ଗାଡ଼ି ଆଣି ଏହି ଅକ୍ସିଜେନ୍ ସିଲିଣ୍ଡର ପରିବହନ କରିବେ । ଉକ୍ତ ପରିବହନ ଗାଡ଼ିରେ ଜିପିଏସ୍ ବ୍ୟବସ୍ଥା ରହିଥିବା ଆବଶ୍ୟକ ଓ ଏହି ଗାଡ଼ିର ସୂଚନା ସ୍ଥାନୀୟ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଜଣାଇବା ଜରୁରୀ। ଏହି ଅକ୍ସିଜେନ୍ ସିଲିଣ୍ଡର ପରିବହନ ପାଇଁ ହେଉଥିବା ଗାଡ଼ି ଭଡ଼ା ଓ ଖର୍ଚ୍ଚକୁ କୋଭିଡ୍ ପରିଚାଳନା ଖର୍ଚ୍ଚରେ ସାମିଲ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇ ଥିବାବେଳେ ଓଡ଼ିଶା ସରକାର ସେଠାକୁ କମ୍ ସମୟରେ ଅକ୍ସିଜେନ୍ ଯୋଗାଣ ନିମନ୍ତେ ଓଡ଼ିଶା ପୁଲିସ ସହାୟତାରେ ସ୍ୱତନ୍ତ୍ର ଗ୍ରୀନ କରିଡ଼ର ସ୍ଥାପନ କରିଛନ୍ତି।

Related story