ଏମିତି ଚାଲିଛି ସରକାର: ମୁଖ୍ୟମନ୍ତ୍ରୀଙ୍କ ସଫଳତା ହିସାବ ସହ ମିଶୁନି ପଞ୍ଚାୟତିରାଜ ବିଭାଗର ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣର ସଫଳତାକୁ ନେଇ ବିବାଦ। ରାଜ୍ୟରେ ୧୭ ଲକ୍ଷ ପକ୍କାଘର କରି ବାହାବା ଗୋଟାଉ ଥିବା ସରକାରଙ୍କ ଖୋଦ ପଞ୍ଚାୟତିରାଜ ବିଭାଗର ତଥ୍ୟ ହିଁ ଏହି ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ସହ ସରକାରଙ୍କ ତଥ୍ୟର ତାଳ ମେଳ ନାହିଁ। ୨୦୧୮ ମସିହା ମେ’ ୨୧ ତାରିଖରେ ଗରିବଙ୍କ ପାଇଁ ୧୭ ଲକ୍ଷ ପକ୍କାଘର କରି ନିଜ ସଫଳତା ଗାଥାକୁ […]

pack ghara

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣର ସଫଳତାକୁ ନେଇ ବିବାଦ। ରାଜ୍ୟରେ ୧୭ ଲକ୍ଷ ପକ୍କାଘର କରି ବାହାବା ଗୋଟାଉ ଥିବା ସରକାରଙ୍କ ଖୋଦ ପଞ୍ଚାୟତିରାଜ ବିଭାଗର ତଥ୍ୟ ହିଁ ଏହି ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ସହ ସରକାରଙ୍କ ତଥ୍ୟର ତାଳ ମେଳ ନାହିଁ।

୨୦୧୮ ମସିହା ମେ’ ୨୧ ତାରିଖରେ ଗରିବଙ୍କ ପାଇଁ ୧୭ ଲକ୍ଷ ପକ୍କାଘର କରି ନିଜ ସଫଳତା ଗାଥାକୁ ବଖାଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ପଞ୍ଚାୟତିରାଜ ବିଭାଗର ଆକ୍ଟିଭିଟି ରିପୋର୍ଟ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ତଥ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏହି ରିପୋର୍ଟରୁ ୪ ବର୍ଷର ଘର ନିର୍ମାଣ ହିସାବକୁ ଦେଖିଲେ ସମୁଦାୟ ଇନ୍ଦିକା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ହୋଇଛି ୧୨ ଲକ୍ଷ ୩୯ ହଜାର ୯୭ଟି। ତା’ବାଦ ବିଜୁ ପକ୍କା ଘର ନିର୍ମାଣ ହୋଇଛି ୨ ଲକ୍ଷ ୨୯, ୧୯୬ଟି। ସବୁ ମିଶିଲେ ପକ୍କାଘର ସଂଖ୍ୟା ହେଉଛି ୧୪ ଲକ୍ଷ ୮୨ ହଜାର ୭୩୭। ବିଡମ୍ବନାର ବିଷୟ ହେଉଛି ବିଧାନସଭାରେ ପୂର୍ବତନ ପଞ୍ଚାୟତି ରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୧୪-୧୫ ବର୍ଷରେ ୧ ଲକ୍ଷ ୪୪ ହଜାର ଓ ୧୫-୧୬ ବର୍ଷରେ ମାତ୍ର ୧୩ ହଜାର ୪୯୮ ଘର ହୋଇଛି। ତେବେ ପଞ୍ଚାୟତି ରାଜ ବିଭାଗର ଗ୍ରାମ୍ୟ ଗୃହ ନିର୍ମାଣ ୱେବ୍‌ସାଇଟ କିନ୍ତୁ ଭିନ୍ନ ତଥ୍ୟ ଦେଇଛି। ଏଠି ୧୭ ଲକ୍ଷ ଘରର ହିସାବ ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି କେଉଁଟା ସତ। କାହିଁକି ବିଭାଗର ତଥ୍ୟରେ ତାଳମେଳ ନାହିଁ।

ଗ୍ରାଉଣ୍ଟ ଜିରୋ ରିପୋର୍ଟ

ନୂଆଣିଆ ଝାଟିମାଟି ଘରୁ ନଇଁ ନଇଁ ପଦାକୁ ବାହାରୁଛନ୍ତି ଅଞ୍ଜଳି ବେହେରା। ୨୦ ବର୍ଷ ହେଲାଣି ସରକାର ଦେଖାଇଥିବା ପକ୍କା ଘରର ସ୍ୱପ୍ନ ଆଜି ଯେମିତି ମରିଚିକା ପାଲଟି ଗଲାଣି। ରାଜଧାନୀ ଉପକଣ୍ଠ ଚନ୍ଦକା ପଞ୍ଚାୟତ ବାରମାଣ ଗାଁର ଅଞ୍ଜଳିଙ୍କ ପରି ଗାଁର ପ୍ରାୟ ସବୁ ପରିବାର ରହୁଛନ୍ତି ଏମିତି ନୁଆଁଣିଆ ଚାଳଘରେ। ଦେଢ଼ ବର୍ଷ ତଳେ ଅର୍ଥାତ ୨୦୧୬ ଡିସେମ୍ୱରରେ ଗାଁକୁ ଆସିଥିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମକ୍ରିପାଲ ଯାଦବ। କିଛି ଗରିବଙ୍କ ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଦେବାର ସ୍ୱପ୍ନ ବି ଦେଖାଇଥିଲେ। ହେଲେ ଆଜି ଯାଏଁ ବଦଳିଲାନି ଗାଁର ବିନି ନାୟକ, ଟୁନି ଦେହୁର, ଟୁକୁନା ନାୟକଙ୍କ ଘରର ଚେହେରା। ୧୯୯୯ ମହାବାତ୍ୟା ପରେ ଗାଁରେ ଯେଉଁ କାଁ ଭାଁ ଲୋକଙ୍କୁ ଇନ୍ଦିରା ଆବାସ ମିଳିଥିଲା, ତାହା ବି ଅଧାପନ୍ତରିଆ ହୋଇପଡ଼ିଛି।

Related story