ବିନା କାରଣରେ ଚାରୁଲତାଙ୍କୁ ଛଟେଇ କରିଦେଲେ, ଏବେ ଅନ୍ୟ ଜଣକୁ ନିଯୁକ୍ତି ପାଇଁ ମସୁଧା !

ସାଲେପୁର(ଓଡ଼ିଶା ରିପୋର୍ଟର):ସାଲେପୁର ବ୍ଲକ୍ ବାସୁଦେବପୁର ବାଟଗୋସ୍ୱାମୀ ଏମ୍.ଇ. ସ୍କୁଲରେ ଦୀର୍ଘ ୧୦ ବର୍ଷ ହେଲା ପାଚିକା ଭାବେ କାମ କରିଆସୁଥିଲେ ଚାରୁଲତା ବେହେରା । କିନ୍ତୁ ୨୦୧୭ରେ କୌଣସି ଭୁଲ ନଥାଇ ମଧ୍ୟ ତାଙ୍କୁ ଚାକିରିରୁ ଛଟେଇ କରାଗଲା। ଏବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ନିଯୁକ୍ତ କରାଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ଦରମା କମ୍ ମିଳୁଥିଲେ ବି ସେଥିରେ ଚାରୁଲତାଙ୍କ ପରିବାର ଚଳୁଥିଲା।  ହେଲେ ଏବେ ଚାକିରି ଯିବା ପରେ ଦୁଇବର୍ଷ ହେବ […]

pachika-1

Tapas Behera
  • Published: Sunday, 18 August 2019
  • , Updated: 18 August 2019, 06:27 PM IST

ସାଲେପୁର(ଓଡ଼ିଶା ରିପୋର୍ଟର):ସାଲେପୁର ବ୍ଲକ୍ ବାସୁଦେବପୁର ବାଟଗୋସ୍ୱାମୀ ଏମ୍.ଇ. ସ୍କୁଲରେ ଦୀର୍ଘ ୧୦ ବର୍ଷ ହେଲା ପାଚିକା ଭାବେ କାମ କରିଆସୁଥିଲେ ଚାରୁଲତା ବେହେରା । କିନ୍ତୁ ୨୦୧୭ରେ କୌଣସି ଭୁଲ ନଥାଇ ମଧ୍ୟ ତାଙ୍କୁ ଚାକିରିରୁ ଛଟେଇ କରାଗଲା। ଏବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ନିଯୁକ୍ତ କରାଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି।

ଦରମା କମ୍ ମିଳୁଥିଲେ ବି ସେଥିରେ ଚାରୁଲତାଙ୍କ ପରିବାର ଚଳୁଥିଲା।  ହେଲେ ଏବେ ଚାକିରି ଯିବା ପରେ ଦୁଇବର୍ଷ ହେବ ବହୁ ଅଭାବ ଅନଟନ ଭିତରେ ରହୁଛନ୍ତି ଚାରୁଲତା। ଏନେଇ ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କୁ ନିଜର ଦୁଃଖ ଜଣାଇଥିଲେ ବି କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଯଦି ୭ ଦିନ ମଧ୍ୟରେ ଚାରୁଲତାଙ୍କୁ ପୁନଃନିଯୁକ୍ତି ନ ଦିଆଯାଏ ତେବେ ସମଗ୍ର ବ୍ଲକରେ ପାଚିକା ସହାୟିକା ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଖୁବ୍ ଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।

Related story