ବିଜେପୁର ପାଇଁ ପୁଣି ପ୍ୟାକେଜ ଘୋଷଣା କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବରଗଡ଼ ଜିଲ୍ଲା ବିଜେପୁର ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର ହେବା ସହ ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଏହାର ଉପକାର ପାଇବେ। ଦୁଇ ବର୍ଷ ଭିତରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ। ଗାଇସିଲଟ ବ୍ଲକ୍‌ରେ ୪୮ କୋଟି ବ୍ୟୟରେ […]

naveen-90

Tapas Behera
  • Published: Friday, 31 May 2019
  • , Updated: 31 May 2019, 08:12 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବରଗଡ଼ ଜିଲ୍ଲା ବିଜେପୁର ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର ହେବା ସହ ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଏହାର ଉପକାର ପାଇବେ। ଦୁଇ ବର୍ଷ ଭିତରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ। ଗାଇସିଲଟ ବ୍ଲକ୍‌ରେ ୪୮ କୋଟି ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେବ ଓ  ୩ ହଜାର ଏକର ଜଳସେଚିତ ହେବ। ଏହାସହ ୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩ ହଜାର ଡିପ୍ ବୋରୱେଲ ହେବ।

ବିଜେପୁର ଓ ବରପାଲି ସହର ପାଇଁ ୪୦ କୋଟି ଲେଖାଏ ମଂଜୁର କରାଯାଇଥିବା ବେଳେ ପ୍ରତି ୨ ମାସରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ। ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ବିଜେପୁର ପାଇଁ ନବୀନ ମଧ୍ୟ ପ୍ୟାକେଜ ଘୋଷଣା କରିଥିଲେ।

Related story