ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ଆଉ ୫କୋଟି ଟଙ୍କାର ପ୍ୟାଜେକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୫କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପାରିପାଶ୍ୱିର୍କ ବିକାଶ ନିମନ୍ତେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ ଓ ଏକାମ୍ର ସାଂସ୍କୃତିକ ପ୍ରକାଶନୀ କୋଠାକୁ ଭଙ୍ଗାଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅର୍ଥ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ବିକାଶ ନିମନ୍ତେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ ଓ ଏକାମ୍ର […]

n-908

Tapas Behera
  • Published: Saturday, 28 December 2019
  • , Updated: 28 December 2019, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୫କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପାରିପାଶ୍ୱିର୍କ ବିକାଶ ନିମନ୍ତେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ ଓ ଏକାମ୍ର ସାଂସ୍କୃତିକ ପ୍ରକାଶନୀ କୋଠାକୁ ଭଙ୍ଗାଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅର୍ଥ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ବିକାଶ ନିମନ୍ତେ ଲିଙ୍ଗରାଜ ମନ୍ଦିରର ଭଜନ ମଣ୍ଡପ ଓ ଏକାମ୍ର ପ୍ରକାଶନୀ ପାଇଁ ନୂଆ କୋଠା ନିର୍ମାଣ କରାଯିବା ସହ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟର ପାଇଁ ମଧ୍ୟ କୋଠା ନିର୍ମାଣ କରାଯିବ। ଏକ ୱାଚ ଟାୱାର ମଧ୍ୟ ନିର୍ମାଣ ହେବ। ସୂଚନାଯୋଗ୍ୟ, ୬୬ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ରର ବିକାଶ ଯୋଜନା ପାଇଁ ସରକାର ଏବେ ଲିଙ୍ଗରାଜ ମନ୍ଦିର ପାରିପାଶ୍ୱର୍ରେ ଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାରେ ଲାଗିଛନ୍ତି। ଏହାସହିତ ଲିଙ୍ଗରାଜ ଥାନାକୁ ଉଚ୍ଛେଦ ପରେ ଏବେ ଭଜନ ମଣ୍ଡପ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି।

Related story