ରାଜକନିକାରୁ ରାଜଧାନୀ ଅଭିମୁଖେ କଂଗ୍ରେସର ପଦଯାତ୍ରା

ଆଳି(ବନମାଳୀ ସାହୁ): କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା କଂଗ୍ରେସ ଅଭିଯୋଗ କରି ଅଭିନବ ଉପାୟରେ ପ୍ରତିବାଦ ଆରମ୍ଭ କରିଛି। ଏନେଇ ରାଜକନିକାରୁ ଶତାଧିକ କଂଗ୍ରେସ କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି। ଆସନ୍ତା ୨୭ତାରିଖରେ ନବୀନ ନିବାସରେ  ଆଳି ଓ ରାଜକନିକା ବ୍ଲକରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । […]

ali-1-1

Niharika Rout
  • Published: Friday, 22 November 2019
  • , Updated: 22 November 2019, 01:37 PM IST

ଆଳି(ବନମାଳୀ ସାହୁ): କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବା କଂଗ୍ରେସ ଅଭିଯୋଗ କରି ଅଭିନବ ଉପାୟରେ ପ୍ରତିବାଦ ଆରମ୍ଭ କରିଛି। ଏନେଇ ରାଜକନିକାରୁ ଶତାଧିକ କଂଗ୍ରେସ କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି। ଆସନ୍ତା ୨୭ତାରିଖରେ ନବୀନ ନିବାସରେ  ଆଳି ଓ ରାଜକନିକା ବ୍ଲକରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବରୁ କଂଗ୍ରେସ ପକ୍ଷରୁ ଆଳି ଓ ରାଜକନିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ବଣ୍ଟନରେ ଦୁର୍ନୀତି,ରାସନ କାର୍ଡ ପ୍ରଦାନରେ ଅନିୟମିତତା,ମନେରଗା ଦୁର୍ନୀତି ଓ ନମତରା ଗୁଳିକାଣ୍ଡ ଘଟଣାର ଆରଡିସି ରିପୋର୍ଟ ପ୍ରକାଶ ଆଦି ଦାବି ନେଇ ସରକାରଙ୍କୁ ଅବଗତ କରାଯାଇଥିଲା । ହେଲେ କିଛି ସୁଫଳ ନମିଳିବାରୁ ଆଜି  କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି।

Related story