କାହାର ହେବ ପଦ୍ମପୁର? ଆଜି ଆସିବ ରାୟ

ବରଗଡ଼( ଓଡ଼ିଶା ରିପୋର୍ଟର ):  ଆଜି ପଦ୍ମପୁରକୁ ମିଳିବ ନେତା। ବାହାରିବ ବହୁ ପ୍ରତିକ୍ଷିତ ଉପନିର୍ବାଚନ ରେଜଲ୍ଟ । ଆଜି ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ।  ଏହା ପରେ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ । ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ […]

pic

  • Published: Thursday, 08 December 2022
  • , Updated: 08 December 2022, 07:38 AM IST

ବରଗଡ଼( ଓଡ଼ିଶା ରିପୋର୍ଟର ):  ଆଜି ପଦ୍ମପୁରକୁ ମିଳିବ ନେତା। ବାହାରିବ ବହୁ ପ୍ରତିକ୍ଷିତ ଉପନିର୍ବାଚନ ରେଜଲ୍ଟ । ଆଜି ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ।  ଏହା ପରେ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ ।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି  ।

[caption id="attachment_787622" align="aligncenter" width="650"] ଗଣତି ନିମନ୍ତେ ବୁଥ୍‌ ଭିତରକୁ କର୍ମଚାରୀ ପହଞ୍ଚିଛନ୍ତି।[/caption]

ସମସ୍ତ ବୁଥ୍ ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ମ୍ୟାଚ କରାଯିବ । ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱେବସାଇଟ୍‌ରେ ମଧ୍ୟ ଉପନିର୍ବାଚନ ଫଳାଫଳ ଉପଲବ୍ଧ ହେବ । ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର  ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ।  ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରଯାଇଛି ।

Related story