ଧାନ ବିକ୍ରି ପରିମାଣ ବଢ଼ାଇବାକୁ ଦାବି

ଭୁବନେଶ୍ୱର: ଧାନ ବିକ୍ରି ପରିମାଣ ବୃଦ୍ଧି ଦାବି ନେଇ ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ର ପ୍ରତିନିଧିମାନେ ରାଜ୍ୟପାଳ ଏସ୍‌.ସି. ଜମିରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇଥିଲେ। ଉକ୍ତ ପ୍ରତିନିଧି ମଣ୍ଡଳୀର ସଦସ୍ୟ କହିଛନ୍ତି ଯେ ଚଳିତବର୍ଷ ଅନୁକୂଳ ପାଣିପାଗ ଭଲ ରହିଥିବାରୁ ରାଜ୍ୟରେ ପ୍ରଚୁର ପରିମାଣରେ ଧାନ ଉତ୍ପାଦନ ହୋଇଛି। ଏକର ପ୍ରତି ୨୦ରୁ ୩୦ କ୍ୱିଣ୍ଟାଲ […]

governor

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 08:48 PM IST

ଭୁବନେଶ୍ୱର: ଧାନ ବିକ୍ରି ପରିମାଣ ବୃଦ୍ଧି ଦାବି ନେଇ ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ର ପ୍ରତିନିଧିମାନେ ରାଜ୍ୟପାଳ ଏସ୍‌.ସି. ଜମିରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କୃଷକ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇଥିଲେ।

ଉକ୍ତ ପ୍ରତିନିଧି ମଣ୍ଡଳୀର ସଦସ୍ୟ କହିଛନ୍ତି ଯେ ଚଳିତବର୍ଷ ଅନୁକୂଳ ପାଣିପାଗ ଭଲ ରହିଥିବାରୁ ରାଜ୍ୟରେ ପ୍ରଚୁର ପରିମାଣରେ ଧାନ ଉତ୍ପାଦନ ହୋଇଛି। ଏକର ପ୍ରତି ୨୦ରୁ ୩୦ କ୍ୱିଣ୍ଟାଲ ଧାନ ଅମଳ ହୋଇଛି। ଏପରିସ୍ଥଳେ ସରକାର ଜଳସେଚିତ ଅଞ୍ଚଳରୁ ଏକର ପିଛା ୧୮ କ୍ୱିଣ୍ଟାଲ ଓ ଅଣଜଳସେଚିତ ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ଧାନ କିଣିବାର ବ୍ୟବସ୍ଥା କରିଛନ୍ତି। ତେବେ ବଳକା ଧାନକୁ ନେଇ ଚାଷୀମାନେ ବହୁ ଅସୁବିଧାରେ ପଡ଼ିବେ। ତେବେ ଏଥିରେ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ ବୋଲି କଂଗ୍ରେସ ଦାବି କରିଛନ୍ତି।

କଂଗ୍ରେସ କୃଷକ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି,“ସରକାର ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଯାହାଦ୍ୱାରା ଚାଷୀଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆମେ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଛୁ।”

Related story