କମିଲା ଧାନ ସଂଗ୍ରହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଲା ଧାନ ସଂଗ୍ରହ। ଗତବର୍ଷ ଖରିଫ୍‌ରେ ଯେତିକି ଧାନ ସଂଗ୍ରହ ହୋଇଥିଲା, ଏଥର ତା’ଠାରୁ ୭ଲକ୍ଷ ମେଟ୍ରିକ୍ ଟନ୍ କମ ସଂଗ୍ରହ ହୋଇଛି। ମରୁଡି, ଚକଡା ପୋକ ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଉତ୍ପାଦନ କମିଥିବା କୁହାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଞ୍ଜିକରଣ କରିଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟ ଏଯାଏଁ ୪ ଲକ୍ଷ ଜଣ ଧାନ ବିକ୍ରି କରିପାରିନାହାଁନ୍ତି। ଶେଷ ହେଲା ଧାନ  ଅମଳ। ସଂଗ୍ରହ ମଧ୍ୟ ଶେଷ ପର୍ଯ୍ୟାୟରେ। ହେଲେ ଚାଷୀ […]

paddy

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 10:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଲା ଧାନ ସଂଗ୍ରହ। ଗତବର୍ଷ ଖରିଫ୍‌ରେ ଯେତିକି ଧାନ ସଂଗ୍ରହ ହୋଇଥିଲା, ଏଥର ତା’ଠାରୁ ୭ଲକ୍ଷ ମେଟ୍ରିକ୍ ଟନ୍ କମ ସଂଗ୍ରହ ହୋଇଛି। ମରୁଡି, ଚକଡା ପୋକ ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଉତ୍ପାଦନ କମିଥିବା କୁହାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଞ୍ଜିକରଣ କରିଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟ ଏଯାଏଁ ୪ ଲକ୍ଷ ଜଣ ଧାନ ବିକ୍ରି କରିପାରିନାହାଁନ୍ତି।

ଶେଷ ହେଲା ଧାନ  ଅମଳ। ସଂଗ୍ରହ ମଧ୍ୟ ଶେଷ ପର୍ଯ୍ୟାୟରେ। ହେଲେ ଚାଷୀ କିନ୍ତୁ ହତାଶ। ଏଥର ବମ୍ପର କ୍ରପ୍‌ ହେବ ବୋଲି ଆଶା କରାଯାଉଥିଲା। ହେଲେ ସେପରି ହୋଇନାହିଁ। କାରଣ ଚାଷ ଆରମ୍ଭରୁ ବର୍ଷା ଠିକ ନହେବା ଦ୍ୱାରା ମରୁଡି ସ୍ଥିତି ଉପୁଜୁଥିଲା। ତା’ପରେ ଚକଡା ପୋକ ଆଉ ଅଦାନିଆ ବର୍ଷା ଦାଉ ସାଧିଲା। ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ପଡିଲା ଅମଳ ଉପରେ। ରାଜ୍ୟର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଗତବର୍ଷ ତୁଳନାରେ ୧୧ ପ୍ରତିଶତ ଧାନ ସଂଗ୍ରହ କମିଥିବା ବେଳେ ବଲାଙ୍ଗିରରେ ୨୯ ଓ ନୂଆପଡ଼ାରେ ୨୭  ପ୍ରତିଶତ ଧାନ ସଂଗ୍ରହ କମିଛି। ମୋଟ୍ ଉପରେ ୧୪ ଟି ଜିଲ୍ଲାରେ କମିଛି ଧାନ ସଂଗ୍ରହ। ଯାହାକି ଋଣ କରି ଚାଷ କରିଥିବା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି।

ଗତବର୍ଷ ଖରିଫ୍‌ରେ ମୋଟ୍ ୪୪ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏବର୍ଷ ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ପ୍ରାୟତଃ ସରିଥିବାରୁ ଏହି ପରିମାଣ ଆଉ ବିଶେଷ ବଢିବ ନାହିଁ। ସେପଟେ ଧାନ ବିକ୍ରି ପାଇଁ ୧୧ ଲକ୍ଷ ଚାଷୀ ପଞ୍ଜିକରଣ କରିଥିଲେ। ହେଲେ ମାତ୍ର ୬ ଲକ୍ଷ ୭୩ ହଜାର ଚାଷୀ ଧାନ ବିକ୍ରି କରିଛନ୍ତି। ଚଳିତ ବର୍ଷ ଯେତିକି ଧାନ ସଂଗ୍ରହ ହୋଇଛି, ସେହି ଅନୁସାରେ ପ୍ରାୟ ୨୯ ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହେବ। ରାଜ୍ୟର ଚାଉଳ ଆବଶ୍ୟକତା ୨୦ରୁ ୨୨ ଲକ୍ଷ ମାଟ୍ରିକ୍ ଟନ୍ ଥିବାରୁ ବିଶେଷ ଅସୁବିଧା ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Related story