ଦହି ବାଣ୍ଟିବାଣ୍ଟି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ, ଶ୍ରୀଜୀଉଙ୍କୁ ଦେଲେ ପୋଢ଼ୁଆଁ ଭାର

ପୁରୀ/ନିଆଳୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନିମନ୍ତେ ପହଞ୍ଚିଛି ପୋଢ଼ୁଆଁ ଭାର। କଟକ ଜିଲ୍ଲା ନିଆଳୀ ମାଧବାନନ୍ଦଜୀଉଙ୍କ ପୀଠରୁ ଆସିଛି ଏହି ଭାର। ଯାହା ଭିତରେ ରହିଛି ଠାକୁରମାନଙ୍କ ନିମନ୍ତେ ପାଟ ବସ୍ତ୍ର,  ଫଳ, ପିଠା, ଫୁଲ, ତୁଳସୀ, ଦୟଣା, ପାନ ଓ ଅହୁରୀ ଅନେକ ପ୍ରକାର ଦ୍ରବ୍ୟ। ଅଷ୍ଟମୀ ଭାର ନେଇ ଆଜି ବିରାଟ ପଟୁଆରେ ନିଆଳୀରୁ ବାହାରି ଥିବା ଦଳ ଶ୍ରୀମନ୍ଦିରରେ ପହଞ୍ଚି ଏ ସବୁ ନୈବେଦ୍ୟ ପ୍ରଦାନ କରିଛନ୍ତି। ସଂକୀର୍ତ୍ତନ ସାଙ୍ଗକୁ ଲଉଡ଼ି ଖେଳ […]

puri

puri

Niranjan Mishra
  • Published: Tuesday, 15 November 2022
  • Updated: 15 November 2022, 05:10 PM IST

Sports

Latest News

ପୁରୀ/ନିଆଳୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନିମନ୍ତେ ପହଞ୍ଚିଛି ପୋଢ଼ୁଆଁ ଭାର। କଟକ ଜିଲ୍ଲା ନିଆଳୀ ମାଧବାନନ୍ଦଜୀଉଙ୍କ ପୀଠରୁ ଆସିଛି ଏହି ଭାର। ଯାହା ଭିତରେ ରହିଛି ଠାକୁରମାନଙ୍କ ନିମନ୍ତେ ପାଟ ବସ୍ତ୍ର,  ଫଳ, ପିଠା, ଫୁଲ, ତୁଳସୀ, ଦୟଣା, ପାନ ଓ ଅହୁରୀ ଅନେକ ପ୍ରକାର ଦ୍ରବ୍ୟ। ଅଷ୍ଟମୀ ଭାର ନେଇ ଆଜି ବିରାଟ ପଟୁଆରେ ନିଆଳୀରୁ ବାହାରି ଥିବା ଦଳ ଶ୍ରୀମନ୍ଦିରରେ ପହଞ୍ଚି ଏ ସବୁ ନୈବେଦ୍ୟ ପ୍ରଦାନ କରିଛନ୍ତି। ସଂକୀର୍ତ୍ତନ ସାଙ୍ଗକୁ ଲଉଡ଼ି ଖେଳ ଭିତରେ ଏହି ଶୋଭାଯାତ୍ରା ଶ୍ରୀମନ୍ଦିରରେ ପହଞ୍ଚିଥିଲା।

ଶ୍ରୀମାଧବାନନ୍ଦ ଜୀଉ ବିକାଶ ପରିଷଦ ସଦସ୍ୟ ନ୍ୟାୟବ୍ରତ ରାଉତ କହିଛନ୍ତି, କୁହାଯାଏ ମାମୁଁଘର ଅଷ୍ଟମୀ ବନ୍ଧୁ। ପ୍ରଥମା ଅଷ୍ଟମୀକୁ ବଡ଼ ଭଣଜା ଭଣିଜୀଙ୍କ ପାଇଁ ମାମୁଁ ଘରୁ ଆସେ ପୋଢୁଆଁ ଭାର। ଯଥା ଦେହେ ତଥା ଦେବେ ରିତିରେ ଏହି ପରମ୍ପରା ମଧ୍ୟ ଦେବତାଙ୍କ କ୍ଷେତ୍ରରେ ପ୍ରଚଳିତ ହେଉଛି।

ଶ୍ରୀମନ୍ଦିରରେ ପୂଜା ପାଇଥିବା ଶ୍ରୀଜୀଉ ମାନଙ୍କର ମାମୁଁ ଘର ଏହି ମାଧବାନନ୍ଦଜୀଉ ପୀଠ ବୋଲି କୁହାଯାଏ। ପୂର୍ବେ ଏହି ପରମ୍ପରା ଅନୁଯାୟୀ ଏଠାରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯାଉଥିଲା। ହେଲେ ଗତ କିଛି ବର୍ଷ ଧରି ତାହା ବନ୍ଦ ରହିଥିଲା। ଗତ ୪ ବର୍ଷ ଧରି ସେହି ପରମ୍ପରାକୁ ପୁନଃ ଚାଲୁ କରାଯାଇଛି।

ଏଠାରୁ ଅଷ୍ଟମୀ ପୂର୍ବଦିନ ସପ୍ତମୀ ତିଥିରୁ ଭାର ଯାଉଛି। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀସୁଦର୍ଶନଙ୍କ ସମେତ ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନଙ୍କୁ ମିଶାଇ ମୋଟ ସାତ ଦିଅଁଙ୍କ ପାଇଁ ପୋଢ଼ୁଆଁ ଭାର ଯାଉଛି।

ଯାଦବ ମହାସଂଘର ସଂଯୋଜକ ତ୍ରିଲୋଚନ ବେହେରା କହିଛନ୍ତି,  ଦିନକୁ ଦିନ ଏହି କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଓ ଆଦର ବୃଦ୍ଧି ପାଉଛି। ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁ ସ୍ୱତଃ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗର ହାତ ବଢାଉଛନ୍ତି। ବହୁ ସଂଖ୍ୟକ ସଂକୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯାଦବ ମହାସଂଘ ପକ୍ଷରୁ ଲକ୍ଷେ ପିଠା ପ୍ରସ୍ତୁତ କରାଯାଇଛି। ଏହାକୁ ବଡ଼ଦାଣ୍ଡରେ ବଣ୍ଟା ଯାଇଛି। ଏହି ଅବସରରେ ବାଟରେ ଶ୍ରଦ୍ଧାଳୁଙ୍କୁ ଦହି ବଂଟନ କରାଯାଇଥିଲା। ବାଟସାରା ବହୁ ସ୍ଥାନରେ ଶୋଭାଯାତ୍ରାକୁ ବନ୍ଦାପନା କରି ସ୍ୱାଗତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story