କ୍ରୀଡ଼ାରେ ଓଡ଼ିଶାର ଦିନ: ପଦ୍ମିନୀଙ୍କୁ ସ୍ୱର୍ଣ୍ଣ, ପ୍ରତ୍ୟାଶାଙ୍କୁ ରୌପ୍ୟ

ଭୁବନେଶ୍ୱର: ଆଜି ଦୁଇ ଦୁଇ ଜଣ ଓଡ଼ିଆ ପ୍ରତିଭା ଦୁଇଟି ପୃଥକ କ୍ରୀଡ଼ାରେ ସଫଳତା ହାସଲ କରିଛନ୍ତି। ଗୋଟିଏ ପଟେ ଓଡ଼ିଆ ଚେସ୍ କୁଇନ୍ ପଦ୍ମିନୀ ରାଉତ ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଚାମ୍ପିୟନ୍‌ଶିପ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅନ୍ୟ ପଟେ ସନ୍ତରଣରେ ସଫଳତା ହାସଲ କରିଛନ୍ତି ପ୍ରତ୍ୟାଶା ରାୟ। ପଦ୍ମିନୀ ଫିଲିପାଇନ୍ସର ମକାଟିରେ ଚାଲିଥିବା ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଚାମ୍ପିଅନ ହୋଇଛନ୍ତି। ଏଥିସହିତ ୨୪ ବର୍ଷୀୟ ଇଣ୍ଟରନ୍ୟାସନାଲ ମାଷ୍ଟର […]

padmini

padmini

Subrat Kumar Nayak
  • Published: Tuesday, 18 December 2018
  • Updated: 18 December 2018, 02:43 PM IST

Sports

Latest News

ଭୁବନେଶ୍ୱର: ଆଜି ଦୁଇ ଦୁଇ ଜଣ ଓଡ଼ିଆ ପ୍ରତିଭା ଦୁଇଟି ପୃଥକ କ୍ରୀଡ଼ାରେ ସଫଳତା ହାସଲ କରିଛନ୍ତି। ଗୋଟିଏ ପଟେ ଓଡ଼ିଆ ଚେସ୍ କୁଇନ୍ ପଦ୍ମିନୀ ରାଉତ ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଚାମ୍ପିୟନ୍‌ଶିପ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅନ୍ୟ ପଟେ ସନ୍ତରଣରେ ସଫଳତା ହାସଲ କରିଛନ୍ତି ପ୍ରତ୍ୟାଶା ରାୟ।

ପଦ୍ମିନୀ ଫିଲିପାଇନ୍ସର ମକାଟିରେ ଚାଲିଥିବା ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଚାମ୍ପିଅନ ହୋଇଛନ୍ତି। ଏଥିସହିତ ୨୪ ବର୍ଷୀୟ ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ଆସନ୍ତା ୨୦୨୦ରେ ହେବାକୁ ଥିବା ମହିଳା ବିଶ୍ୱକପ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅନ୍ୟପଟେ ପ୍ରତ୍ୟାଶା ୧୭ ବର୍ଷରୁ କମ୍‌ ୨୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ୨.୩୪:୭୯ ମିନିଟ୍‌ରେ ଟାର୍ଗେଟ୍‌ ଛୁଇଁ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଛନ୍ତି। ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମ୍‌ରେ ଚାଲିଥିବା ୬୪ତମ ନ୍ୟାସନାଲ୍‌ ସ୍କୁଲ୍‌ ଗେମ୍ସ ସ୍ୱିମିଂ ଚାମ୍ପିୟନ୍‌ଶିପ୍‌ରେ ତାଙ୍କୁ ରୌପ୍ୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos