ପାଜେରୋ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ପାଜେରୋ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ନବୀନ ତାଙ୍କ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ସେହିପରି ଦଳ ଭିତରେ ଦେଖା ଦେଇଥିବା ବିଶୃଙ୍ଖଳା ପାଇଁ ସଞ୍ଜୟ ପ୍ରସଙ୍ଗରେ ନବୀନ କିଛି ପଦକ୍ଷେପ ନେଇ ପାରୁ ନ ଥିବା ବିଜେପି ଅଭିଯୋଗ କରିଛି। ପ୍ରସାଦ କହିଛନ୍ତି, “ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କିଏ ସୁରକ୍ଷା ଯୋଗାଉଛି? […]

cmnaveen

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 06:02 PM IST

ଭୁବନେଶ୍ୱର: ପାଜେରୋ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଯୋଗାଇ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ନବୀନ ତାଙ୍କ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ସେହିପରି ଦଳ ଭିତରେ ଦେଖା ଦେଇଥିବା ବିଶୃଙ୍ଖଳା ପାଇଁ ସଞ୍ଜୟ ପ୍ରସଙ୍ଗରେ ନବୀନ କିଛି ପଦକ୍ଷେପ ନେଇ ପାରୁ ନ ଥିବା ବିଜେପି ଅଭିଯୋଗ କରିଛି।

ପ୍ରସାଦ କହିଛନ୍ତି, “ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କିଏ ସୁରକ୍ଷା ଯୋଗାଉଛି? ମନ୍ତ୍ରୀମାନଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆସିଲେ ବି ମୁଖ୍ୟମନ୍ତ୍ରୀ ଚୁପ ହୋଇ କାହିଁକି ବସିଛନ୍ତି? ନିଜେ ହରଡଘଣାରେ ପଡି ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛନ୍ତି।”

ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ କହିଛନ୍ତି, “ନବୀନ ବାବୁ ନିଜ ଦଳକୁ ଠିକରେ ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ଉପସ୍ଥିତିରେ ବିଦ୍ରୋହ ହେଉଛି। ଏଥିପାଇଁ ତାଙ୍କୁ ତାଗିଦ କରିବାକୁ ପଡୁଛି। ଯେଉଁମାନେ ଏତେ ଦିନ ହେଲା କିଛି କହୁ ନ ଥିଲେ, ଦଳରେ ମୁଖିଆଙ୍କ ଶକ୍ତି ଦୁର୍ବଳ ହେବା ପରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଦଳରେ ଏପରି ଅବସ୍ଥା ଲାଗି ରହିଥିବାରୁ ନବୀନ ବାବୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ମୁଁ ଚିନ୍ତା କରୁଛି।”

ବିରୋଧୀଙ୍କ ଏପରି ଅଭିଯୋଗର ଦୃଢ଼ ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ତାଙ୍କ ଦଳରେ କ’ଣ ମତ ପାର୍ଥକ୍ୟ ନାହିଁ। ସାନଖେମୁଣ୍ଡିର ପୂର୍ବତନ ବିଧାୟକଙ୍କ ଘଟଣାରେ ପିସିସି ସଭାପତି ଚୁପ କାହିଁକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ପଦକ୍ଷେପ ନେଇଛନ୍ତି ଓ ଯାହା ନୀତି ନିର୍ଦ୍ଧାରଣ କରିଛନ୍ତି ସବୁ ଟେବୁଲ ଉପରେ ହୋଇଛି, କିଛି ଟେବୁଲ ତଳେ ହୋଇନାହିଁ। ବିରୋଧୀ ଯେଉଁ ପ୍ରଶ୍ନ ପଚାରୁଛନ୍ତି ଭିତ୍ତିହୀନ ଓ ଅମୂଳକ।”

Related story