କାଳ ହେଲା ଓଭର ଟେକ୍‌: ବସ୍‌-ଟ୍ରକ୍‌ ଧକ୍କା, ଜଣେ ମୃତ

ପାଳଲହଡ଼ା(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଳଲହଡ଼ାର ବାଙ୍କଦର ନିକଟରେ ଏନ୍‌ଏଚ୍‌-୪୯ରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି।  ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଳିଆ ରାଜା ନାମକ ଏହି ବସ୍‌ଟି ତାଳଚେରରୁ କେନ୍ଦୁଝର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ସହ ଧକ୍କା ହୋଇଥିଲା। […]

accident1copy

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 05:25 PM IST

ପାଳଲହଡ଼ା(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଳଲହଡ଼ାର ବାଙ୍କଦର ନିକଟରେ ଏନ୍‌ଏଚ୍‌-୪୯ରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି।  ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କାଳିଆ ରାଜା ନାମକ ଏହି ବସ୍‌ଟି ତାଳଚେରରୁ କେନ୍ଦୁଝର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବସ୍‌ଟି ଓଭର ଟେକ୍‌ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story