ଗାଏବ ହେବାର କିଛି ସମୟ ପରେ କୂଅରୁ ମିଳିଲା କୁନିଝିଅର ମୃତଦେହ: କିଏ କଲା ଏମିତି ସର୍ବନାଶିଆ କାମ?

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ମାଆର ତେଲଘଷା ଖାଇ ଶିଶୁଟି ଶୋଇ ପଡ଼ିଥିଲା। ଦେଖୁ ଦେଖୁ ହଠାତ କେଉଁଆଡ଼େ ଉଭାନ୍‌ ହୋଇ ଯାଇଥିଲା। ଶିଶୁଟିକୁ କୁକୁର ନେଇ ଯାଇଥିବା ସନ୍ଦେହ କରାଯାଉଥିଲା। ମାତ୍ର ଖୋଜିଖୋଜି ପରେ ଶିଶୁର ମୃତଦେହ ଘର ପଛପଟ କୂଅରୁ ଉଦ୍ଧାର କରାଯାଇଛି। ପ୍ରଶ୍ନ ଉଠୁଛି, ଘରେ ଶୋଇଥିବା ଶିଶୁକନ୍ୟାଟି କୂଅ ଭିତରେ କେମିତି ପଡ଼ିଲା? ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମାତ୍ର ଏନେଇ ଅନୁଗୋଳ ଜିଲ୍ଲା ଖମାର ଥାନା ପୋଲିସ କିଛି […]

kuni jhia

kuni jhia

Rakesh Mallick
  • Published: Friday, 06 July 2018
  • Updated: 06 July 2018, 08:34 PM IST

Sports

Latest News

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ମାଆର ତେଲଘଷା ଖାଇ ଶିଶୁଟି ଶୋଇ ପଡ଼ିଥିଲା। ଦେଖୁ ଦେଖୁ ହଠାତ କେଉଁଆଡ଼େ ଉଭାନ୍‌ ହୋଇ ଯାଇଥିଲା। ଶିଶୁଟିକୁ କୁକୁର ନେଇ ଯାଇଥିବା ସନ୍ଦେହ କରାଯାଉଥିଲା। ମାତ୍ର ଖୋଜିଖୋଜି ପରେ ଶିଶୁର ମୃତଦେହ ଘର ପଛପଟ କୂଅରୁ ଉଦ୍ଧାର କରାଯାଇଛି। ପ୍ରଶ୍ନ ଉଠୁଛି, ଘରେ ଶୋଇଥିବା ଶିଶୁକନ୍ୟାଟି କୂଅ ଭିତରେ କେମିତି ପଡ଼ିଲା? ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମାତ୍ର ଏନେଇ ଅନୁଗୋଳ ଜିଲ୍ଲା ଖମାର ଥାନା ପୋଲିସ କିଛି କହିବାକୁ ମନା କରିଦେଇଛି।

ପୂରା ଘଟଣା ଏମିତି। ଆଜି ସକାଳେ ଖମାର ଥାନା ଛାଞ୍ଚୁଣିଆ ଗାଁର ଦୁଃଶାସନ ସାହୁଙ୍କ ସ୍ତ୍ରୀ ତାଙ୍କର ୧୨ ଦିନର ଶିଶୁ କନ୍ୟାକୁ ତେଳ ମାରି ବିଛଣାରେ ଶୁଆଇ ଦେଇଥିଲେ। ମାଆଠାରୁ ଘଷା ଖାଇବା ପରେ କୁନି ଝିଅଟି ନିଦରେ ଶୋଇ ପଡ଼ିଥିଲା। ପାଖରେ ବାପା ଦୁଃଶାସନ ମଧ୍ୟ ଶୋଇଥିଲେ। ଝିଅ ଶୋଇଗଲା ପରେ ମାଆ ଶୌଚ ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ। ପରେ ବାପା ଦୁଃଶାସନ ମଧ୍ୟ ବିଛଣା ଛାଡ଼ିଥିଲେ।

ଦୁଃଶାସନଙ୍କ ସ୍ତ୍ରୀ ଶୌଚ ହୋଇ ଘରକୁ ଫେରି ଦେଖନ୍ତି ତ ବିଛଣାରେ ଝିଅ ନାହିଁ। ଖାଲି ପଡ଼ିଛି ବିଛଣା। ତେଣୁ ସେ ବିବ୍ରତ ହୋଇ ଝିଅକୁ ଚାରିଆଡ଼େ ଖୋଜିଥିଲେ। ଏପରିକି ପରିବାର ଲୋକଙ୍କୁ ପଚାରିଥିଲେ। ମାତ୍ର ସମସ୍ତେ ମନା କରିଥିଲେ। ଖବର ପାଇ ଗାଁ ଲୋକେ ଶିଶୁକନ୍ୟାଟିକୁ ଚାରିଆଡ଼େ ଖୋଜିଥିଲେ ବି ପାଇନଥିଲେ। ଏନେଇ ଖମାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଓ ଗାଁ ଲୋକେ ମିଳିତ ଭାବେ ଶିଶୁଟିକୁ ଖୋଜିଥିଲେ। ଶେଷରେ ଦୁଃଶାସନଙ୍କ ଘର ପାଖ କୂଅରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos