କୌଣସି ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ଆସନ ପାଇଁ ସାନି ତାରିଖ

ଭୁବନେଶ୍ୱର: ରାଜ୍ୟରେ ଯେଉଁ ସ୍ଥାନରେ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ ଏବଂ ଯେଉଁଠାରେ ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ନାକଚ ହୋଇଯାଇଛି ସେଠାରେ ଆଉଥରେ ନାମାଙ୍କନପତ୍ର ଦାଖଲ ହେବ। ଏ ନେଇ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ହେଲେ ଏହି ସବୁ ସ୍ଥାନରେ ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ଼ମେମ୍ୱର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଜାନୁଆରୀ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ […]

pp-1-2

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 11:13 PM IST

ଭୁବନେଶ୍ୱର: ରାଜ୍ୟରେ ଯେଉଁ ସ୍ଥାନରେ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ ଏବଂ ଯେଉଁଠାରେ ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ନାକଚ ହୋଇଯାଇଛି ସେଠାରେ ଆଉଥରେ ନାମାଙ୍କନପତ୍ର ଦାଖଲ ହେବ। ଏ ନେଇ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ହେଲେ ଏହି ସବୁ ସ୍ଥାନରେ ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ଼ମେମ୍ୱର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଜାନୁଆରୀ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ। ୱାର୍ଡ଼ମେମ୍ୱର, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବେ।

ଜାନୁଆରୀ ୩୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଫେବୃଆରୀ ୨ ତାରିଖରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ। ନାମାଙ୍କନପତ୍ର ପ୍ରତ୍ୟାହାର କରିବାକୁ ଚାହୁଥିବା ପ୍ରାର୍ଥୀମାନେ ଫେବୃଆରୀ ୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ୱାର୍ଡ଼ମେମ୍ୱର, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ବ୍ଲକ ଅଫିସ୍‌ ଓ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ସେହିଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Related story