ଘୁଞ୍ଚିବ ନାହିଁ ପଞ୍ଚାୟତ ନିର୍ବାଚନ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣକୁ ନେଇ ଏବେ ବିଶ୍ୱବ୍ୟାପୀ ଆଶଙ୍କା ବଢ଼ୁଥିଲେ ବି ରାଜ୍ୟରେ ପଂଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଓମିକ୍ରନ୍ ସଂକ୍ରମଣ ମାମଲା ବଢ଼ୁଥିବାବେଳେ ପଂଚାୟତ ନିର୍ବାଚନ ଆସନ୍ତାବର୍ଷ ଫେବୃୟାରୀ ମାସରେ ହେବାକୁ ନେଇ ଆଶଙ୍କା ଦେଖାଦେଇଥିଲା। କିନ୍ତୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ନିର୍ବାଚନକୁ ଘୁଂଚାଇବାର […]

Pratap-Jena-89

Pratap-Jena-89

Ordigital Desk
  • Published: Monday, 29 November 2021
  • Updated: 29 November 2021, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣକୁ ନେଇ ଏବେ ବିଶ୍ୱବ୍ୟାପୀ ଆଶଙ୍କା ବଢ଼ୁଥିଲେ ବି ରାଜ୍ୟରେ ପଂଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି।

ଓମିକ୍ରନ୍ ସଂକ୍ରମଣ ମାମଲା ବଢ଼ୁଥିବାବେଳେ ପଂଚାୟତ ନିର୍ବାଚନ ଆସନ୍ତାବର୍ଷ ଫେବୃୟାରୀ ମାସରେ ହେବାକୁ ନେଇ ଆଶଙ୍କା ଦେଖାଦେଇଥିଲା। କିନ୍ତୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ନିର୍ବାଚନକୁ ଘୁଂଚାଇବାର ସମ୍ଭାବନା ନାହିଁ । ପଂଚାୟତ ନିର୍ବାଚନକୁ ନେଇ ରାଜ୍ୟ ନର୍ବାଚନ କମିଶନଙ୍କ ନିକଟରେ ରାଜ୍ୟ ସରକାର ତାଙ୍କର ରିପୋର୍ଟ ଦାଖଲ କରିସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ତାରିଖରେ ଏକ ବିଜ୍ଞପ୍ତି ଜାରି କରି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସିଟ୍ ସଂରକ୍ଷଣ ତାଲିକା ଜାରି କରିଥିଲେ । ବିଜ୍ଞପ୍ତି ଅନୁସାରେ ଆଗାମୀ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ ରହିଛି। ଏଥିରେ ୧୪ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଗୋଟିଏ ବି ଆସନ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇନାହିଁ । ଯେଉଁ ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣର ସୁବିଧା ନାହିଁ ସେଗୁଡ଼ିକ ହେଲା-ଦେବଗଡ଼, ଗଜପତି, ସୁନ୍ଦରଗଡ଼, ସମ୍ବଲପୁର, ରାୟଗଡ଼, ନୂଆପଡ଼ା, ନବରଙ୍ଗପୁର,ମୟୂରଭଞ୍ଜ,ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଓ ଝାରସୁଗୁଡ଼ା । ଏହି ଜିଲ୍ଲାର ଜିଲ୍ଲା ପରିଷଦର କୌଣସି ଗୋଟିଏ ବି ସିଟ୍ ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ନଥିବାବେଳେ ବୌଦ୍ଧ ଜିଲ୍ଲାରେ ମାତ୍ର ଗୋଟିଏ ଆସନ ପଛୁଆ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos