ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା: ଜଣେ ମୃତ, ୭ ଆହତ

ଭୁବନେଶ୍ୱର:  ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି।  ଯାଜପୁର ଜିଲ୍ଲାର କୋରେଇ ଓ ରସୁଲପୁର ବ୍ଲକରେ ଏହି ହିଂସାକାଣ୍ଡ ଦେଖାଯାଇଛି। କୋରେଇ ଥାନା କାଚରା ସାହିରେ ଦୁଇ ପରିବାର ମଧ୍ୟରେ କଥା କଟାକଟିକୁ ନେଇ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କାଳନ୍ଦି ରାଉଳ। ସେହିପରି କୋରେଇ ବ୍ଲକ ବନ୍ତଳା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ହୋଇଥିବା ବେଳେ ୩ […]

maobadi

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 10:05 PM IST

ଭୁବନେଶ୍ୱର:  ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି।  ଯାଜପୁର ଜିଲ୍ଲାର କୋରେଇ ଓ ରସୁଲପୁର ବ୍ଲକରେ ଏହି ହିଂସାକାଣ୍ଡ ଦେଖାଯାଇଛି। କୋରେଇ ଥାନା କାଚରା ସାହିରେ ଦୁଇ ପରିବାର ମଧ୍ୟରେ କଥା କଟାକଟିକୁ ନେଇ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କାଳନ୍ଦି ରାଉଳ।

ସେହିପରି କୋରେଇ ବ୍ଲକ ବନ୍ତଳା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ରସୁଲପୁର ପହଙ୍ଗା ଗାଁରେ ବିଜୟୀ ପ୍ରାର୍ଥୀଙ୍କ ବାଣଫୁଟାକୁ କେନ୍ଦ୍ର କରି ସଂଘର୍ଷ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ରାପଡ଼ାରେ ନିର୍ବାଚନୀ ପରବର୍ତ୍ତୀ ହିଂସାକାଣ୍ଡ ଦେଖାଯାଇଛି। କଂସାର ପଞ୍ଚାୟତର ବିଜେପି ଜିଲ୍ଲା ସମ୍ପାଦିକା ମମତା ସାମଲ ନିଜ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମମତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

Related story