ଜିଲ୍ଲାପାଳ ଥିବା ବେଳେ ପାଣ୍ଡିଆନ୍‌ ମାଗିଥିଲେ ଦୁଇ ଲକ୍ଷ ଟଙ୍କା ଲାଞ୍ଚ: ଆସିଲା ସାଂଘାତିକ ଅଭିଯୋଗ, ପଢ଼ନ୍ତୁ ପୂରା ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ। ବର୍ତ୍ତମାନ ରାଜ୍ୟ ଶାସନର ତଥା କଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଆସ୍‌କାରେ ଡିଆଇ ଥିବା ବେଳେ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ସେହି ଟଙ୍କା ନଦେବାରୁ ପରବର୍ତ୍ତୀ […]

pandian magic box in bpur

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳ ଥିବା ବେଳେ ଲାଞ୍ଚ ମାଗୁଥିଲେ। ବର୍ତ୍ତମାନ ରାଜ୍ୟ ଶାସନର ତଥା କଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଆସୁଥିବା ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଆସ୍‌କାରେ ଡିଆଇ ଥିବା ବେଳେ ପୂର୍ବତନ ଗଞ୍ଜାମ ଜିଲ୍ଲାପାଳ ପାଣ୍ଡିଆନ୍ ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ସେହି ଟଙ୍କା ନଦେବାରୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ସସ୍‌ପେଣ୍ଟ କରାଯାଇଥିଲା।

ପୂରା ଘଟଣାଟି ଏମିତି। ୨୦୦୮ ମସିହାରେ ଆସକା ଡିଆଇ ଥିଲେ ଲକ୍ଷ୍ମୀ ନାରାୟଣ। ସେହି ସମୟରେ ତାଙ୍କୁ ଡାକିଥିଲେ ସେତେବେଳର ଗଞ୍ଜାମ ଜିଲ୍ଲାପାଳ ଭି.କାର୍ତ୍ତିକେୟନ ପାଣ୍ଡିଆନ୍। ଅନୁସୂଚିତ ଜନଜାତି ଶିକ୍ଷା ସହାୟକ ପାଇଁ ସିଟି ଟ୍ରେନିଂ ନେବାକୁ ଆବେଦନକାରୀଙ୍କଠାରୁ ୨ଲକ୍ଷ ଟଙ୍କା ଆଣି ଦେବାକୁ ଖୋଲାଖୋଲି ମାଗିଥିଲେ। ହେଲେ ଜଣେ ସଚ୍ଚୋଟ୍ ଶିକ୍ଷକ ଭାବେ ସେ ଏତେ ଟଙ୍କା କାହିଁକି ଓ କେଉଁଠୁ ଆଣିବେ ବୋଲି କହିଥିଲେ ଲକ୍ଷ୍ମୀ ନାରାୟଣ। ପରେ ଏହି ଲାଞ୍ଚ ଦେବାକୁ ମନାକରିଥିଲେ। ପରବର୍ତ୍ତୀ ସମୟରେ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଜିଲ୍ଲାପାଳଙ୍କ କୋପଦୃଷ୍ଟି ଯୋଗୁଁ କିଛି ଦିନ ପରେ ତାଙ୍କୁ ଚାକିରିରୁ ହଠାତ୍ ସସ୍‌ପେଣ୍ଡ କରାଗଲା। ଶିକ୍ଷା ସହାୟକଙ୍କ ଆବେଦନପତ୍ରକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକଙ୍କ ପାଖକୁ ପଠାଇନଥିବାରୁ ଚାକିରି ହରାଇବାକୁ ପଡ଼ିଥିଲା ବୋଲି ଆଳ ଦେଖାଯାଇଥିଲା। ହେଲେ ଆର୍‌ଟିଆଇ ତଥ୍ୟ ଅନୁଯାୟୀ, ସେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆବେଦନ ପତ୍ର ସବୁକୁ ଦେଇ ସାରିଥିଲେ ମଧ୍ୟ ପଠାଇବାରେ ଡେରି କରିଥିଲେ ଛତ୍ରପୁର ଡିଆଇ। ଅର୍ଥାତ୍ ବିନା କାରଣରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସ୍ପଷ୍ଟ ହେଉଛି। ଯାହା ବିରୋଧରେ କୋର୍ଟର ଆଶ୍ରୟ ନେଇଥିଲେ ଲକ୍ଷ୍ମୀ ନାରାୟଣ।

କୋର୍ଟ ମଧ୍ୟ ବେଆଇନ୍ ନିଲମ୍ବନ କଥା ହୃଦୟଙ୍ଗମ କରି ତାଙ୍କୁ ପୁଣି ଥରେ ସବୁ ସୁବିଧା ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ପାଓ୍ୱାର ଫୁଲ୍ ଅଫିସରଙ୍କ ପ୍ରଭାବ ଏତେ ଥିଲା ଯେ, କୋର୍ଟଙ୍କ ନିର୍ଦ୍ଦେଶକୁ ବି ନାଲିଫିତା ତଳେ ଚାପି ରଖିଦେଲା ଶିକ୍ଷା ବିଭାଗ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ନେଇ ପୋଲିସ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ପୋଲିସ ତାଙ୍କୁ ଏ ଥାନାରୁ ସେ ଥାନା ଦଉଡ଼ାଇ ନିରାଶ ମଧ୍ୟ କରିଛି। ଆଉ ଖୋଦ୍ ପ୍ରଧାନମମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ ସହାୟତା ଦେବାକୁ ଚିଠି ମଧ୍ୟ ଆସିଛି। ହେଲେ ସେ ସବୁ ଯେମିତି ଅଦରକାରୀ ହୋଇଯାଇଛି ପ୍ରଭାବଶାଳୀ ଅଫିସର ପାଣ୍ଡିଆନଙ୍କ ଇସାରାରେ ବୋଲି କ୍ଷୋଭ ଭରା କଣ୍ଠରେ କହିଛନ୍ତି ଲକ୍ଷ୍ମୀ ନାରାୟଣ।

ବିନା କାରଣରେ ପାଣ୍ଡିୟାନଙ୍କର ଯୋଗୁଁ ଜଣେ ନୀରିହ ଶିକ୍ଷକ କେମିତି ବରବାଦ ହୋଇଛନ୍ତି ତାହା ଅଭିଯୋଗ କରିଛନ୍ତି ଲକ୍ଷ୍ମୀନାରାୟଣ। ଏ ସମ୍ପର୍କରେ ଆମେ ପାଣ୍ଡିୟାନଙ୍କୁ ବହୁ ବାର ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା। ଏପରିକି ତାଙ୍କ ଅଫିସ୍ ଫୋନକୁ ସଂଯୋଗ କରିଥିଲେ ମଧ୍ୟ ଉତ୍ତର ମିଳିନଥିଲା।

Related story