ସାର୍‌ ! ନବୀନ ବାବୁଙ୍କୁ ଅପଦସ୍ତ କରିବାକୁ ଯୋଜନା ଅଛି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୁଣା କାଳର ଗପଟିଏ ଅଛି। ଓଡ଼ିଶା ରାଜନୀତିର କିଛି ଗମ୍ଭୀର ପ୍ରସଙ୍ଗକୁ ଯିବା ପୂର୍ବରୁ ପ୍ରଥମେ ଗପଟି ପଢ଼ନ୍ତୁ। ମନ ଲାଘବ ହେବ। ‘ଜଣେ ବୃଦ୍ଧ ରାଜା ଥିଲେ। ବୟସାଧିକ୍ୟ ଯୋଗୁ ସେ ଧୀରେ ଧୀରେ ନିଜ ଶାସନ ବ୍ୟବସ୍ଥା ଉପରୁ ନିୟନ୍ତ୍ରଣ ହରାଉଥିଲେ। ବୃଦ୍ଧ ରାଜାଙ୍କର ଏକାଧିକ ପୁତ୍ର ଥିଲେ। ପିତାଙ୍କର ପ୍ରଭାବ ଫିକା ପଡୁଥିବାରୁ ସେମାନେ ମଧ୍ୟ ପରସ୍ପର ଭିତରେ ଫାଇଦା ନେବାକୁ ସ୍ୱାର୍ଥପର ହୋଇପଡୁଥିଲେ ଓ ଭିତରେ ଭିତରେ […]

Pandian-6

Pandian-6

Ordigital Desk
  • Published: Friday, 26 January 2018
  • Updated: 26 January 2018, 10:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୁଣା କାଳର ଗପଟିଏ ଅଛି। ଓଡ଼ିଶା ରାଜନୀତିର କିଛି ଗମ୍ଭୀର ପ୍ରସଙ୍ଗକୁ ଯିବା ପୂର୍ବରୁ ପ୍ରଥମେ ଗପଟି ପଢ଼ନ୍ତୁ। ମନ ଲାଘବ ହେବ। ‘ଜଣେ ବୃଦ୍ଧ ରାଜା ଥିଲେ। ବୟସାଧିକ୍ୟ ଯୋଗୁ ସେ ଧୀରେ ଧୀରେ ନିଜ ଶାସନ ବ୍ୟବସ୍ଥା ଉପରୁ ନିୟନ୍ତ୍ରଣ ହରାଉଥିଲେ। ବୃଦ୍ଧ ରାଜାଙ୍କର ଏକାଧିକ ପୁତ୍ର ଥିଲେ। ପିତାଙ୍କର ପ୍ରଭାବ ଫିକା ପଡୁଥିବାରୁ ସେମାନେ ମଧ୍ୟ ପରସ୍ପର ଭିତରେ ଫାଇଦା ନେବାକୁ ସ୍ୱାର୍ଥପର ହୋଇପଡୁଥିଲେ ଓ ଭିତରେ ଭିତରେ ପରସ୍ପରର ଚେର କାଟିବାରେ ବ୍ୟସ୍ତ ଥିଲେ। ଏପଟେ ବୃଦ୍ଧ ପିତା ନିଜର ଜଣେ ସହଯୋଗୀଙ୍କ ମାଧ୍ୟମରେ ଶାସନକୁ ଯଥେକଥେ ଚଲାଇବାକୁ ଚେଷ୍ଟା କରୁଥିଲେ। ନିଜର ପ୍ରଭାବ କମୁଥିବାରୁ ସେ ଧୀରେ ଧୀରେ ରାଜ୍ୟ ବାହାରୁ ଆସିଥିବା ଚତୁର ସହଯୋଗୀଙ୍କ ଉପରେ ଅଧିକ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ। ପୁତ୍ରମାନେ ସ୍ୱାର୍ଥପର ହୋଇଥିବାରୁ, ଚତୁର ସହଯୋଗୀ ସେମାନଙ୍କୁ ପରସ୍ପର ଭିତରେ ଲଢ଼େଇ ଲଗେଇ ଦେଉଥିଲେ ଓ ସମସ୍ତଙ୍କୁ କହୁଥିଲେ ଯେ, ବାସ୍ତବରେ ମହାରାଜ ଆପଣଙ୍କୁ ହିଁ ବେଶୀ ଭଲ ପାଉଛନ୍ତି। ଧୀରେ ଧୀରେ ସହଯୋଗୀ ଜଣକ ରାଜାଙ୍କୁ କବଳିତ କରି ରଖିବାରେ ସମର୍ଥ ହେଉଥିଲେ। ତାଙ୍କ ପାଖକୁ କାହାକୁ ଛାଡୁନଥିଲେ। ଏମିତିକି ରାଜାଙ୍କ ପୁତ୍ରମାନଙ୍କୁ ମଧ୍ୟ। ତେବେ ଚତୁର ସହଯୋଗୀଙ୍କ ଏ ଚତୁରାମୀ ଚିହ୍ନି ପାରିଥିଲେ ରାଜାଙ୍କର କେତେଜଣ ପୁଅ। ସେ ଯେତେବେଳେ ଅନ୍ୟ ଭାଇମାନଙ୍କୁ ବାପାଙ୍କ ଚତୁର ସହଯୋଗୀ କଥା କହିଲେ, ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବହି ସାରିଥିଲା। ଏହି ଘଟଣା ପରେ ବଡ଼ପୁଅଙ୍କ ସହ ସହଯୋଗୀଙ୍କ ଶତ୍ରୁତା ବୃଦ୍ଧି ପାଇବାରେ ଲାଗିଲା। ଚତୁର ସହଯୋଗୀ ନିଜ ଦୁଷ୍ଟବୁଦ୍ଧି ବଳରେ ବଡ଼ପୁଅ ବିରୋଧରେ ପ୍ରଥମେ ମହାରାଜାଙ୍କୁ ଓ ପରେ ତାଙ୍କ ଭାଇମାନଙ୍କୁ ମତେଇ ଦେଲେ। ଏହାପରେ ସେ ପରିବାର ଭିତରେ ଲଢ଼େଇ ଲଗେଇ ଦେଇ, ରାଜାଙ୍କ ଆଳରେ ନିଜର ଛାୟା ଶାସନ ଚଲେଇବାରେ ସମର୍ଥ ହେଲେ। ଏବେ ବଡ଼ଭାଇକୁ ରାଜ୍ୟାନ୍ତର କରିବାକୁ ଚତୁର ସହଯୋଗୀ ଅଣ୍ଟା ଭିଡ଼ିଛନ୍ତି, ଯେପରିକି ତାଙ୍କ ଛାୟା ଶାସନ ଅଧିକ ସୁଗମ ଓ ବାଧାଶୂନ୍ୟ ହେବ।

ଓଡ଼ିଶାରେ ବିଜେଡି ରାଜନୀତି ଏବେ ଏମିତି ସ୍ଥିତିରେ ପହଞ୍ଚିଛି। ବିଜୁ ଜନତା ଦଳକୁ ଏକ କର୍ପୋରେଟ୍ ଦଳରେ ପରିଣତ କରିଛନ୍ତି ତୃତୀୟ ମହଲାର ଜଣେ ଆଇଏଏସ୍ ଅଫିସର। ଏହାର ଉଦାହରଣ ହେଲା, ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳ କରିଥିବା ସାମ୍ବାଦିକ ସମ୍ମିଳନୀ। ବୋଧହୁଏ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ, ନିଜ ଦଳର ଜଣେ ନେତାଙ୍କ ବିରୋଧରେ ସେଇ ଦଳର କିଛି ବିଧାୟକ ଓ ନେତା, ଦଳର ଅନୁମତିରେ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କୁ ବିରୋଧ କରିଛନ୍ତି। ଏହାଠାରୁ ହାସ୍ୟାସ୍ପଦ କଥା ଆଉ କ’ଣ ବା ଥାଇପାରେ? ଯଦି ଦଳର କୌଣସି ନେତା ଅମାନିଆ ହେଲେ, ତେବେ ବିଜେଡି ସୁପ୍ରିମୋଙ୍କ ପାଖରେ ପାୱାର ଅଛି, ସେ ଗୋଟିଏ ମାତ୍ର ଧାଡ଼ିରେ ତାଙ୍କୁ ଦଳରୁ ବହିଷ୍କାର କରିପାରିବେ। ବିଜେଡିରେ ଆଗରୁ ଏହାର ଅନେକ ଉଦାହରଣ ଅଛି। କିନ୍ତୁ ନିଜ ଦଳର ମନ୍ତ୍ରୀ, ବିଧାୟକ ଏବଂ ନେତାଙ୍କୁ ସାମ୍ବାଦିକ ସମ୍ମିଳନୀରେ ବସାଇ ନୌଟଙ୍କି କରିବା ଘଟଣା ଦର୍ଶାଉଛି ଯେ, ଏହା ଆଦୌ ରାଜନୈତିକ ନିଷ୍ପତ୍ତି ନୁହେଁ, ଅମଲାତାନ୍ତ୍ରିକ ନିଷ୍ପତ୍ତି। ତୃତୀୟ ମହଲାର ଦକ୍ଷିଣୀ ବାବୁ ଜାଣିନାହାଁନ୍ତି ଯେ, ରାଜନୀତିରେ ‘ପ୍ରତିହିଂସା ପରାୟଣତା’ ଏମିତି ଖୋଲାଖୋଲି ଚାଲେନି। ଏଥିରେ ବରଂ ବିଜେଡି ବେଶୀ ତଳିତଳାନ୍ତ ହେବ। ଏହାଦ୍ୱାରା ବିଜେଡି ନିଜକୁ ନିଜେ ଧରା ପକେଇ ଦେଉଛି ଯେ, ଦେଖ ଓଡ଼ିଶାବାସୀ, ବିଜେଡି କେମିତି ଦୋ-ନମ୍ବରି କାମ କରୁଛି।

ବୈଜୟନ୍ତଙ୍କୁ ବିଜେଡି କ’ଣ ନୂଆ ନୂଆ ଜାଣୁଛି କି? ଯେତେବେଳେ ଦଳ ତାଙ୍କୁ ରାଜ୍ୟସଭା ପଠେଇଥିଲା ଓ ଲୋକସଭା ଟିକଟ ଦେଇଥିଲା, ସେତେବେଳେ କ’ଣ ସେ ‘ଲାଭଜନକ ସଂସ୍ଥା’ ବା ‘ଅଫିସ୍ ଅଫ୍ ପ୍ରଫିଟ୍’ ସହ ଜଡ଼ିତ ଥିବା କଥା ଜାଣି ନଥିଲା? ତା ପରେ ବିଜେଡିର ଯେଉଁ ନେତାମାନେ ପ୍ରେସ୍ ମିଟ୍ କରି ବୈଜୟନ୍ତଙ୍କୁ ସାଂସଦ ପଦ ଛାଡ଼ିବାକୁ ଦାବି କଲେ, ସେମାନେ ଜାଣି ବି ନାହାଁନ୍ତି ‘ଅଫିସ୍ ଅଫ୍ ପ୍ରଫିଟ୍’ କ’ଣ। ବିଜେଡିର ବରିଷ୍ଠ ନେତାମାନେ କେତେ ପଣ୍ଡିତ ଏଥିରୁ ବୁଝାପଡୁଛି। ସେମାନେ ସିନା ଜାଣିପାରିଲେନି, ଯେଉଁ ତୃତୀୟ ମହଲାର ଚତୁର ଆଇଏଏସ୍ ଏ ପ୍ରସଙ୍ଗ ଉଠାଇବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଲେ, ସେ ବି ଏ ବିଷୟରେ ଜାଣି ନାହାଁନ୍ତି। କୌଣସି ନିର୍ବାଚିତ ରାଜନେତା, ଏକାଥରେ ସରକାରଙ୍କର ଦୁଇଟି ଲାଭଜନକ ପଦରେ ରହିଲେ ସେଠି ‘ଅଫିସ୍ ଅଫ୍ ପ୍ରଫିଟ୍’ କଥା ଉଠିବ। ବେସରକାରୀ ସଂସ୍ଥାରେ ନୁହେଁ। ଇମ୍ଫା ହେଉଛି ବୈଜୟନ୍ତଙ୍କ ପରିବାରର। ରାଜନୀତି କରିବେ ବୋଲି ସେ କ’ଣ ଘର ଛାଡ଼ି ପଳେଇ ଆସିବେ କି? ଯୋଉ ଇମ୍ଫା କଥା ଆଜି ବିଜେଡି ନେତାଏ ଉଠେଇ ବୈଜୟନ୍ତଙ୍କୁ ଟାର୍ଗେଟ୍‌ କରିଛନ୍ତି, ସେଇ କମ୍ପାନୀର ହେଲିକପ୍‌ଟରରେ ନିଜେ ନବୀନ ବାବୁ ଓ ତାଙ୍କ ନେତାମାନେ ବୁଲିଛନ୍ତି। ଆଗରୁ ବିଜୁବାବୁ ବୁଲିଥିଲେ। ଆଜି ଏ ସଂପର୍କରେ ମୁହଁ ଖୋଲି ନିଜେ ବୈଜୟନ୍ତ ନିଜ ପ୍ରତିକ୍ରିୟାରେ ଏ କଥା କହିଛନ୍ତି।

ପରିଶେଷରେ ଏତିକି କହିହେବ, ବିଜେଡି ଓ ତୃତୀୟ ମହଲା ବୈଜୟନ୍ତଙ୍କ ବିରୋଧରେ ଗୋଟେ ଭୁଲ୍ ଗୋଟି ଚଲେଇଲା। ବରଂ ଏବେ ରାଜନୈତିକ ପଣ୍ଡିତମାନେ କହିଲେଣି, ବୈଜୟଙ୍କୁ ମରା ଯାଇଥିବା ଏ ବାଣ ଆଗକୁ ଓଲଟି ଯାଇପାରେ। ଏହା ପ୍ରମାଣିତ ହେଲା ଯେ, ନବୀନ ବାବୁ ଓ ତାଙ୍କ ଦଳ, ଦଳୀୟ ଟିକଟ ଦେବା ଆଗରୁ ନେତାଙ୍କ ଇତିହାସ ବିଷୟରେ ବେଶୀ ଖବର ରଖନ୍ତି ନାହିଁ। ତେଣୁ ଲାଗୁଛି, ବିଜେଡିକୁ ତଳିତଳାନ୍ତ କରିବାକୁ ଇଏ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story