କଟକରେ ଅଜଣା ଜନ୍ତୁ ଆତଙ୍କ

କଟକ (ପ୍ରଭାତ ବିଷୋୟୀ): ନିଆଳି ପରେ ଏବେ କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜରେ ଜଣେ ବ୍ୟକ୍ତିଙ୍କର ସବୁ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନରାଜ ସ୍ଥିତ ଗୋପାଳ ସାହିର ବୈରାଗୀ ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୧୫ଟି ମେଣ୍ଢା ମରି ଯାଇଛନ୍ତି। ବୈରାଗୀଙ୍କର ମୋଟ ୧୭ଟି ମେଣ୍ଢା ଥିଲେ। ସେମାନଙ୍କ ମଧ୍ୟରୁ ସାତଟି ଥିଲେ ବଡ଼ ମେଣ୍ଢା। ଅନ୍ୟ ଗୁଡ଼ିକ ଛୁଆ ଅବା ଛୋଟ […]

sheep

Jitendra Garnayak
  • Published: Sunday, 23 December 2018
  • , Updated: 23 December 2018, 12:16 PM IST

କଟକ (ପ୍ରଭାତ ବିଷୋୟୀ): ନିଆଳି ପରେ ଏବେ କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜରେ ଜଣେ ବ୍ୟକ୍ତିଙ୍କର ସବୁ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ନରାଜ ସ୍ଥିତ ଗୋପାଳ ସାହିର ବୈରାଗୀ ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୧୫ଟି ମେଣ୍ଢା ମରି ଯାଇଛନ୍ତି।

ବୈରାଗୀଙ୍କର ମୋଟ ୧୭ଟି ମେଣ୍ଢା ଥିଲେ। ସେମାନଙ୍କ ମଧ୍ୟରୁ ସାତଟି ଥିଲେ ବଡ଼ ମେଣ୍ଢା। ଅନ୍ୟ ଗୁଡ଼ିକ ଛୁଆ ଅବା ଛୋଟ ମେଣ୍ଢା ଥିଲେ।

ଆଜି ସକାଳେ ଗୁହାଳ ଘରେ ୧୫ଟି ମେଣ୍ଢା ମରି ପଡ଼ିଥିବା ବେଳେ ଆଉ ଦୁଇଟି ନିଖୋଜ ଅଛନ୍ତି।

ଏହି ଘଟଣା ପରେ ପରିବା ଚାଷୀ ବୈରାଗୀ ପୂରା ଭାଙ୍ଗି ପଡ଼ିଛନ୍ତି। ଏହା କୌଣସି ଅଜଣା ଜନ୍ତୁ କରିଛି ବୋଲି ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଖବର ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ଟିମ୍ ପହଞ୍ଚି ଛାନ୍‌ଭିନ୍ କରିଛି। ତେବେ ଖବର ଲେଖାଯିବା ସୁଦ୍ଧା ମେଣ୍ଢାଗୁଡ଼ିକୁ କିଏ ମାରିଲା, ତାହା ଜଣାପଡ଼ି ନାହିଁ।

Related story