ପାଣିଚୁଆମଠ ଜଙ୍ଗଲରୁ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣା, ୨ କର୍ମଚାରୀ ନିଲମ୍ବିତ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ମହାବିରୋଡ୍ ରେଞ୍ଜ ପାଣିଚୁଆମଠ ଜଙ୍ଗଲରୁ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଗୁରୁବାର ବନ ବିଭାଗର ପକ୍ଷରୁ ୨ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଫରେଷ୍ଟର ପ୍ରଫୁଲ କୁମାର ସେଠୀ ଓ ଗାର୍ଡ ପଞ୍ଚାନନ ସିଂହ। ଢେଙ୍କାନାଳ ଡିଏଫଓ ପ୍ରଦୀପ କୁମାର ସାହୁ କାର୍ଯ୍ୟରେ ଅବହେଳା ଯୋଗୁଁ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଗତ ୨ ତାରିଖରେ ପାଣିଚୁଆମଠ ଜଙ୍ଗଲରୁ ୫ ବର୍ଷର ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। […]

mahabirod

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 12:47 PM IST

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ମହାବିରୋଡ୍ ରେଞ୍ଜ ପାଣିଚୁଆମଠ ଜଙ୍ଗଲରୁ ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଗୁରୁବାର ବନ ବିଭାଗର ପକ୍ଷରୁ ୨ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଫରେଷ୍ଟର ପ୍ରଫୁଲ କୁମାର ସେଠୀ ଓ ଗାର୍ଡ ପଞ୍ଚାନନ ସିଂହ। ଢେଙ୍କାନାଳ ଡିଏଫଓ ପ୍ରଦୀପ କୁମାର ସାହୁ କାର୍ଯ୍ୟରେ ଅବହେଳା ଯୋଗୁଁ ସେମାନଙ୍କୁ ନିଲମ୍ବନ କରିଛନ୍ତି।

ଗତ ୨ ତାରିଖରେ ପାଣିଚୁଆମଠ ଜଙ୍ଗଲରୁ ୫ ବର୍ଷର ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳଟି କାର୍ଯ୍ୟାଳୟ ଠାରୁ ମାତ୍ର ୧ରୁ ୨ କିଲୋମିଟର ମଧ୍ୟରେ ଥିଲେ ମଧ୍ୟ ବନ ବିଭାଗ ଏ ସମ୍ପର୍କରେ ଜାଣିବାରେ ବିଳମ୍ବ ହୋଇଥିଲା। ଫଳରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

Related story