ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ ନୀତି, ଗମ୍ଭୀରା ଭିତରକୁ ପ୍ରବେଶ ମନା

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ପାଳିତ ହେବ ପଙ୍କଉଦ୍ଧାର ନୀତି । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍‌   ଫୋର୍ସ ମୁତୟନ ହେବେ ।  ମନ୍ଦିରଠାରୁ ୨୦୦ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି । ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ। ତେବେ ଗମ୍ଭୀରା ଭିତରକୁ ପ୍ରବେଶ […]

Lokanath Temple

Niharika Rout
  • Published: Tuesday, 09 March 2021
  • , Updated: 09 March 2021, 07:48 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । କୋଭିଡ କଟକଣା ଭିତରେ ପାଳିତ ହେବ ପଙ୍କଉଦ୍ଧାର ନୀତି । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍‌   ଫୋର୍ସ ମୁତୟନ ହେବେ ।  ମନ୍ଦିରଠାରୁ ୨୦୦ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି ।

ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଏହି ନୀତି ସମ୍ପନ୍ନ ହେବ। ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି । ବର୍ଷକରେ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀଙ୍କ ସହ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି  । କିନ୍ତୁ ଏବର୍ଷ ଶ୍ରଦ୍ଧାଳୁଙ୍କ ଏହି ସୁଯୋଗ ମିଳିବ ନାହିଁ ।

ଏନେଇ ପ୍ରଶାସନିକ ଅଧିକାରୀ କହିଛନ୍ତି, ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ନୀତି କୋଭିଡ କଟକଣା ଭିତରେ ପାଳିତ ହେବ। ସୀମିତ ସେବାୟତଙ୍କ ଦ୍ୱାରା ଏହି ନୀତି ପାଳିତ ହେବ। ଏଥିପାଇଁ ୩ ଘଣ୍ଟା ଲାଗୁ ହେଉଥିବାରୁ ଏଥର ଅଧିକ ସମୟ ଲାଗିବ। ଦିନ ୨ଟା ପରେ ସର୍ବସାଧାରଣ ଦର୍ଶନ କରିପାରିବେ। କେହି ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେନି। ସମସ୍ତେ ବାହାରୁ ଦର୍ଶନ କରିପାରିବେ।

Related story