ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ, ଭିଜିଲାନ୍ସକୁ ବାଧା ଦେଲେ ଲୋକେ

ନବରଙ୍ଗପୁର (ନବଘନ ବିଷୋୟୀ): ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଉଥିବା ବେଳେ ବାଧା ଦେଇଥିଲେ ସ୍ଥାନୀୟ ଲୋକ। ଜେଇଙ୍କୁ ଫସାଇ ଦିଆଯାଇଥିବା କହି ସେମାନେ ଭିଜିଲାନ୍ସକୁ ଯିବାକୁ ଦେଇ ନଥିଲେ। ପରେ ପୁଲିସ୍ ଆସି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ରେ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ଜେଇଙ୍କ ନାଁ ବୀଣାପାଣି ବେହେରା। ସେ ପାପଡ଼ାହାଣ୍ଡି […]

JE Binapanee Behera

Jitendra Garnayak
  • Published: Tuesday, 14 December 2021
  • , Updated: 14 December 2021, 07:21 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଉଥିବା ବେଳେ ବାଧା ଦେଇଥିଲେ ସ୍ଥାନୀୟ ଲୋକ। ଜେଇଙ୍କୁ ଫସାଇ ଦିଆଯାଇଥିବା କହି ସେମାନେ ଭିଜିଲାନ୍ସକୁ ଯିବାକୁ ଦେଇ ନଥିଲେ। ପରେ ପୁଲିସ୍ ଆସି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ରେ।

ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ଜେଇଙ୍କ ନାଁ ବୀଣାପାଣି ବେହେରା। ସେ ପାପଡ଼ାହାଣ୍ଡି ବ୍ଲକରେ କାର୍ଯ୍ୟରତ ଅଛନ୍ତି। ଆଜି ମନ୍ଧର ଦିଶାରୀ ନାମକ ଜଣେ ଠିକାଦାରଙ୍କ ଠାରୁ ସେ ନିଜ ସରକାରୀ ବାସଭବନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଅଭିଯୋଗ ଅନୁଯାୟୀ, କାର୍ତିଆଗୁଡ଼ା ଠାରୁ ମୁଦୁଲିଗୁଡ଼ା ରାସ୍ତାରେ କଲଭର୍ଟ ଓ ଗାର୍ଡୱାଲ ସକାଶେ ୧ ଲକ୍ଷ ୨୫ ହଜାର ଟଙ୍କାର ବିଲ୍‌ କରିଦେବା ପାଇଁ ଜେଇ ବୀଣାପାଣି ବେହେରା ଠିକାଦାର ମନ୍ଧର ଦିଶାରୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ କଥା ମନ୍ଧର ଦିଶାରୀ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଆଜି ସେ ଜେଇଙ୍କୁ ତାଙ୍କ ସରକାରୀ ଭବନରେ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

ଜେଇଙ୍କୁ ଧରି ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ କିଛି ସ୍ଥାନୀୟ ଲୋକ ଗାଡ଼ିକୁ ଅଟକାଇଥିଲେ। ମିଛରେ ଜେଇଙ୍କୁ ଫସାଇ ଦିଆଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଅଧିକାରୀମାନେ ଯେତେ ବୁଝାଇଲେ ବି ସେମାନେ ବୁଝି ନଥିଲେ। ଶେଷରେ ପାପଡ଼ାହାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଭିଜିଲାନ୍ସ ଟିମ୍‌କୁ ସେଠାରୁ ଉଦ୍ଧାର କରିଥିଲେ। ଏହା ପରେ ଜେଇଙ୍କୁ ଧରି ଭିଜିଲାନ୍ସ ଟିମ୍ ସେଠାରୁ ଯାଇଥିଲା।

Related story