ପପୁ ପମ୍‌ପମ୍‌ ନିର୍ଦ୍ଦୋଷ, କାଷ୍ଟିଂ କାଉଚ ମାମଲାରେ ମିଳିଲା କ୍ଲିନ୍‌ଚିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି ପାଇଲେ ଓଲିଉଡର ହାସ୍ୟାଭିନେତା ପପୁ ପମ୍‌ପମ୍‌। ଭୁବନେଶ୍ୱରର ଜନୈକା ନାବାଳିକା ଆଣିଥିବା କାଷ୍ଟିଂ କାଉଚ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ପୋକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ପପୁ ପମ୍‌ପମ୍‌ ୨୦୧୬ ମସିହାରେ ନିଜ କ୍ୟାରିଅର୍‌ର ପିକ୍‌ରେ ଥିବା ବେଳେ ତଥା ରାଜନୈତିକ ଜୀବନରେ ଏଣ୍ଟ୍ରି କରୁଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ। ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ […]

papu-pampam

  • Published: Tuesday, 02 August 2022
  • , Updated: 02 August 2022, 02:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି ପାଇଲେ ଓଲିଉଡର ହାସ୍ୟାଭିନେତା ପପୁ ପମ୍‌ପମ୍‌। ଭୁବନେଶ୍ୱରର ଜନୈକା ନାବାଳିକା ଆଣିଥିବା କାଷ୍ଟିଂ କାଉଚ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ପୋକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

ପପୁ ପମ୍‌ପମ୍‌ ୨୦୧୬ ମସିହାରେ ନିଜ କ୍ୟାରିଅର୍‌ର ପିକ୍‌ରେ ଥିବା ବେଳେ ତଥା ରାଜନୈତିକ ଜୀବନରେ ଏଣ୍ଟ୍ରି କରୁଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ। ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ ପମ୍‌ପମ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏପରି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ।

ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ  ପୋକ୍ସୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା। ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପୁ ପମପମ୍‌।

ପୀଡ଼ିତାଜଣକ ନିଜ ଅଭିଯୋଗରୁ ଓହରି ଯାଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପପୁଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଜଣାଯାଇଛି। ତେବେ ଏହି ଅଭିଯୋଗ ତାଙ୍କ କ୍ୟାରିଆର ପାଇଁ ଏକ ବ୍ଲାକ୍‌ ସ୍ପଷ୍ଟ ସାବ୍ୟସ୍ତ ହେଲା।

ଏନେଇ ପପୁ ପମ୍‌ପମ୍‌ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ପ୍ରାୟ ୪୩ ଦିନ ଜେଲ୍‌ରେ ରହିଲା ପରେ ହାଇକୋର୍ଟରୁ ବେଲ୍‌ରେ ବାହାରିଲି। ଅକାରଣରେ ବହୁ କଷ୍ଟ, ନିର୍ଯାତନା ପାଇଥିଲି। ସୋଶାଲ ମିଡିଆରେ ଏହାକୁ ନେଇ ମୋତେ ଖୁବ୍‌ ଟ୍ରୋଲ କରାଗଲା। ହେଲେ ଶେଷରେ ନ୍ୟାୟର ବିଜୟ ହୋଇଛି। ହେଲେ ଏହାଦ୍ୱାରା ମୋ ଫିଲ୍ମ କ୍ୟାରିଅର ଓ ରାଜନୈତିକ କ୍ୟାରିଅର ଖୁବ୍‌ ମାତ୍ରାରେ ପ୍ରଭାବିତ ହୋଇଛି ପୀଡ଼ିତା ଜଣକ ଏଫଆଇଆର ଦେଇ ନ ଥିବା କହିଥିଲେ। କେବଳ ସାଧା କାଗଜରେ ଦସ୍ତଖତ ନେଇଥିବା କହିଥିଲେ। ତେଣୁ କିଏ ଏହା ପଛରେ ଅଛି ତାହାର ତଦନ୍ତ ହେବା ଆବଶ୍ୟକ। ଆସନ୍ତା ୫, ୭ ଦିନ ଭିତରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସ୍ଥିର କରିବି।

Related story