ପାରାଦୀପରେ ଡପଲର୍ ରାଡାର ଲୋକାର୍ପିତ: ବାତ୍ୟା ଓ ସାମୁଦ୍ରିକ ଝଡ ନେଇ ମିଳିବ ଆଗୁଆ ସୂଚନା

ପାରାଦୀପ: ପାରାଦୀପରେ ଶନିବାର ଲୋକାର୍ପିତ ହୋଇଛି ଡପଲର ରାଡାର। ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପିକେ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ  ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଓ  ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଲଏସ ରାଠୋର ଉପସ୍ଥିତ ଥିଲେ। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ପାଣିପାଗ ବିଭାଗ ପକ୍ଷରୁ ଏହି ଡପଲର ରାଡାରକୁ ପ୍ରତିଷ୍ଠା କରାଯାଇଛି। ୨ହଜାର ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୦୪ ମସିହାରେ ଶେଷ […]

radar

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 07:03 AM IST

ପାରାଦୀପ: ପାରାଦୀପରେ ଶନିବାର ଲୋକାର୍ପିତ ହୋଇଛି ଡପଲର ରାଡାର। ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପିକେ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ  ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଓ  ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଲଏସ ରାଠୋର ଉପସ୍ଥିତ ଥିଲେ।

ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ପାଣିପାଗ ବିଭାଗ ପକ୍ଷରୁ ଏହି ଡପଲର ରାଡାରକୁ ପ୍ରତିଷ୍ଠା କରାଯାଇଛି। ୨ହଜାର ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୦୪ ମସିହାରେ ଶେଷ ହେବା କଥା। କିନ୍ତୁ କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏଥିରେ ବିଳମ୍ୱ ଘଟିଛି। ବାତ୍ୟା ଓ ସାମୁଦ୍ରିକ ଝଡ଼ ଭଳି ଦୁର୍ବିପାକ ସମ୍ପର୍କରେ ଏହି ରାଡାର ଆଗୁଆ ସୂଚନା ଦେବା ସହ ପୂର୍ବ ଉପକୂଳରେ ପ୍ରାୟ ୫ଶହ କିଲୋମିଟର ପରିଧି ଭିତରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିବ।

Related story