ଆଇଓସିଏଲ୍‌ରୁ ପାରାଦୀପ ବନ୍ଦରକୁ ପେଟ୍‌କୋକ୍‌ ନେଇ ଗଲେ ୧୫ ହାଇୱା

ପାରାଦୀପ: ପରାଦୀପରେ ପେଟ୍‌କୋକ୍‌ ପରିବହନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଗତକାଲିଠାରୁ ଆଇଓସିଏଲ୍‌ରେ ଅଟକି ରହିଥିବା ୧୫ଟି ହାଇୱା ଅନ୍‌ଲୋଡ ପାଇଁ ଆଜି ବନ୍ଦରକୁ ଯାଇଛି। ଆଇଓସିଏଲରୁ ପାରାଦୀପ ବନ୍ଦରକୁ ଆସୁଥିବା ପେଟ୍‌କୋକ୍‌ ହାଇୱାରେ ପରିବହନ କରାଯିବାକୁ ନେଇ ଟ୍ରକ୍‌ ମାଲିକ ସଂଘ ଆପତ୍ତି ଉଠାଇଥିଲା। ଏପରିକି ଟ୍ରକ୍‌ ମାଲିକ ସଂଘର ବିରୋଧ ଯୋଗୁଁ ପେଟ୍‌କୋକ୍‌ ବୋଝେଇ ୧୫ଟି ହାଇୱା ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ ଘଟଣା ସ୍ଥଳରେ […]

paradeep

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 03:28 PM IST

ପାରାଦୀପ: ପରାଦୀପରେ ପେଟ୍‌କୋକ୍‌ ପରିବହନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଗତକାଲିଠାରୁ ଆଇଓସିଏଲ୍‌ରେ ଅଟକି ରହିଥିବା ୧୫ଟି ହାଇୱା ଅନ୍‌ଲୋଡ ପାଇଁ ଆଜି ବନ୍ଦରକୁ ଯାଇଛି।

ଆଇଓସିଏଲରୁ ପାରାଦୀପ ବନ୍ଦରକୁ ଆସୁଥିବା ପେଟ୍‌କୋକ୍‌ ହାଇୱାରେ ପରିବହନ କରାଯିବାକୁ ନେଇ ଟ୍ରକ୍‌ ମାଲିକ ସଂଘ ଆପତ୍ତି ଉଠାଇଥିଲା। ଏପରିକି ଟ୍ରକ୍‌ ମାଲିକ ସଂଘର ବିରୋଧ ଯୋଗୁଁ ପେଟ୍‌କୋକ୍‌ ବୋଝେଇ ୧୫ଟି ହାଇୱା ବିଭିନ୍ନ ସ୍ଥାନରେ ଅଟକି ରହିଥିଲା।

ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ସାମୟିକ ଭାବେ ସମସ୍ୟାର ସମାଧାନ ହୋଇଥିଲା ଓ ହାଇୱା ଗୁଡ଼ିକୁ ଛାଡିବାକୁ ଟ୍ରକ୍‌ ମାଲିକ ସଂଘ ରାଜି ହୋଇଥିଲା।

ଆଇଓସିଏଲ୍‌ରୁ ତୈଳ ବିଶୋଧନ ପରେ ଜାଳେଣି ପାଇଁ ବ୍ୟବହାର ହେଉଥିବା ଆବର୍ଜନା ହେଉଛି ପେଟ୍‌କୋକ୍‌।

Related story