ପାରାଦୀପ ତୈଳ ବିଶୋଧନାଗାର ଶ୍ରେୟ ଦୌଡ଼ରେ ନୂଆ ଦାବିଦାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଦ୍ୱାରା ଉଦ୍‌ଘାଟିତ ହେବ। ତେବେ ତା’ପୂର୍ବରୁ ବେଶ୍ କିଛି ଦିନ ହେଲେ ଏହି ପ୍ରକଳ୍ପ ପ୍ରତିଷ୍ଠାର ଶ୍ରେୟ ନେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଛି। ଦୁଇ ଦଳ ମଧ୍ୟରେ ଏହାକୁ ନେଇ ପୋଷ୍ଟର୍ ୱାର୍ ମଧ୍ୟ ଚାଲିଛି। ଆଜି କଂଗ୍ରେସର ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ ପାରାଦୀପ ତୈଳ ବଶୋଧନାଗାର କାମ କଂଗ୍ରେସ ଆରମ୍ଭ କରିଥିଲା ଓ ଶେଷ […]

bhajamana

bhajamana

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 03:22 PM IST

Sports

Latest News

[caption id="attachment_67278" align="alignleft" width="300"]bhajamana ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା[/caption]

ଭୁବନେଶ୍ୱର: ପାରାଦୀପ ତୈଳ ବିଶୋଧନାଗାର ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଦ୍ୱାରା ଉଦ୍‌ଘାଟିତ ହେବ। ତେବେ ତା’ପୂର୍ବରୁ ବେଶ୍ କିଛି ଦିନ ହେଲେ ଏହି ପ୍ରକଳ୍ପ ପ୍ରତିଷ୍ଠାର ଶ୍ରେୟ ନେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଛି। ଦୁଇ ଦଳ ମଧ୍ୟରେ ଏହାକୁ ନେଇ ପୋଷ୍ଟର୍ ୱାର୍ ମଧ୍ୟ ଚାଲିଛି। ଆଜି କଂଗ୍ରେସର ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ ପାରାଦୀପ ତୈଳ ବଶୋଧନାଗାର କାମ କଂଗ୍ରେସ ଆରମ୍ଭ କରିଥିଲା ଓ ଶେଷ ମଧ୍ୟ କରିଥିଲା। ତେବେ ଏ ସବୁ ମଧ୍ୟରେ ଏହି ବିଶୋଧନାଗାରର ଶ୍ରେୟ ନେବା ପାଇଁ ଉଭା ହୋଇଛନ୍ତି ଆଉ ଜଣେ ଦାବିଦାର। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂହଙ୍କ ସରକାରରେ ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ଥିବା ଭଜମନ ବେହେରା। ସେ ଦାବି କରିଛନ୍ତି ଯେ ପାରାଦୀପରେ ତୈଳ ବିଶୋଧନାଗାର ପରିକଳ୍ପନା ପ୍ରଥମେ ଭି.ପି ସିଂହଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ହୋଇଥିଲା।

ଭଜମନ କହିଛନ୍ତି, ୧୯୯୦ ମସିହା ଜୁଲାଇ ମାସରେ ତତ୍‌କାଳୀନ କେନ୍ଦ୍ର କ୍ୟାବିନେଟ୍‌ରେ ପାରାଦୀପରେ ଏକ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ତୈଳ କଂପାନିଗୁଡ଼ିକୁ କୁହାଯାଇଥିଲା। ଆନୁମାନିକ ୩୫ ହଜାର କୋଟି ଟଙ୍କାର ଏକ ଯୋଜନା ରଖାଯାଇଥିଲା। ଏ ନେଇ ସେ ବିଜୁ ପଟ୍ଟନାୟକଙ୍କୁ ଜଣାଇଥିଲେ। ଟିକେ ଚାପ ପକାଇଲେ ଏ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ। ସେହିପରି ରିଫାଇନାରୀ ହେଲେ ପାରଦୀପ ବନ୍ଦରର ଆହୁରି ଉନ୍ନତି ଘଟିବ ବୋଲି କହିଥିଲେ।  ଏହା ପରେ ବିଜୁ ପଟ୍ଟନାୟକ ମଧ୍ୟ ଭି.ପି ସିଂହଙ୍କୁ ଏ ସଂପର୍କରେ କହିଥିଲେ। ତେବେ ସେହିବର୍ଷ ନଭେମ୍ବର ମାସରେ ଭି.ପି ସିଂହଙ୍କ ସରକାର ଭାଙ୍ଗି ଯାଇଥିଲା।

ଏହି ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି, ୧୯୯୦ ବେଳକୁ ସାରା ବିଶ୍ୱରେ ତୈଳ ସଂକଟ ଦେଖାଯାଇଥିଲା। ତେଣୁ ସରକାର ଏକ ରିଫାଇନାରୀ କରିବାକୁ ଚିନ୍ତା କରିଥିଲେ। ଏହାକୁ ଭାରତର ପୂର୍ବାଞ୍ଚଳରେ କରିବା ପାଇଁ ଆଲୋଚନା ଚାଲିଥିଲା। ସେତେବେଳେ ସେ ପାରାଦୀପ କଥା ଉଠାଇଥିଲେ। କାରଣ ରିଫାଇନାରୀ ପାଇଁ ବନ୍ଦର ଆବଶ୍ୟକ। ପାରାଦୀପରେ ରିଫାଇନାରୀ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଥିଲା।

ଅନ୍ୟପକ୍ଷରେ ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ଶ୍ରେୟ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ଟଣାଓଟରାକୁ ସେ ପସନ୍ଦ କରି ନାହାନ୍ତି। ତାଙ୍କ କହିବା କଥା ହେଉଛି, ଏହା ଏକ ଜାତୀୟ ପ୍ରକଳ୍ପ। ଯେତେବେଳେ କୌଣସି ଜାତୀୟ ପ୍ରକଳ୍ପ ପ୍ରତିଷ୍ଠା ହୁଏ ସେଥିରେ ସବୁ ସରକାରଙ୍କର ଭୂମିକା ରହିଥାଏ। ଗୋଟିଏ ସରକାର ଆରମ୍ଭ କରିଥାଆନ୍ତି ଓ ଅନ୍ୟ ସରକାର ଆସିଲେ ଏହାକୁ ଆଗେଇ ନିଅନ୍ତି। ତାଙ୍କ ସରକାରରେ ଏହାର ପରିକଳ୍ପନା କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି ନରସିଂହ ରାଓ ଏହାକୁ ଆଗେଇ ନେଇଥିଲେ। ତା’ପରେ ଯେଉଁ ସବୁ ସରକାର ଆସିଛନ୍ତି ସମସ୍ତେ ଏହାର କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି। ତେଣୁ ନିର୍ଦ୍ଦିଷ୍ଟ ଭାବେ କେହି ଏହାର ଶ୍ରେୟ ନେବା ଠିକ୍ ନୁହେଁ। ପୂର୍ବରୁ କାମ ହୋଇଛି ଓ ଆଜି ଏହାକୁ ଜଣେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବାରେ କିଛି ଶ୍ରେୟ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story