ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ଷ୍ଟିଭେଡର୍ସ ଆସୋସିଏସନ୍ ବିବାଦ ନ ତୁଟିଲେ ସରକାର ହସ୍ତକ୍ଷେପ କରିବେ: ପରିବହନ ମନ୍ତ୍ରୀ

ପାରଦୀପ: ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ଷ୍ଟିଭେଡର୍ସ ଆସୋସିଏସନ୍ ମଧ୍ୟରେ ବିବାଦ ନ ତୁଟିଲେ ରାଜ୍ୟ ସରକାର ମୁଣ୍ଡ ପୂରାଇବେ ଓ ବିବାଦର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟ ପରବିହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି । ଏପଟେ ମାଲ ଲୋଡ଼ିଂ ଓ ଅନଲୋଡିଂକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି । ପାରାଦୀପ ପୋର୍ଟ ଷ୍ଟିଭେଡର୍ସ ଆସୋସିଏସନ୍ ଓ ବନ୍ଦର ଅଧ୍ୟକ୍ଷ ଏମ୍.ଟି. କ୍ରିଷ୍ଣାବାବୁ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଜଟିଳ ରୂପ […]

paradip

paradip

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 03:19 PM IST

Sports

Latest News

ପାରଦୀପ: ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ଷ୍ଟିଭେଡର୍ସ ଆସୋସିଏସନ୍ ମଧ୍ୟରେ ବିବାଦ ନ ତୁଟିଲେ ରାଜ୍ୟ ସରକାର ମୁଣ୍ଡ ପୂରାଇବେ ଓ ବିବାଦର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟ ପରବିହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି । ଏପଟେ ମାଲ ଲୋଡ଼ିଂ ଓ ଅନଲୋଡିଂକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି । ପାରାଦୀପ ପୋର୍ଟ ଷ୍ଟିଭେଡର୍ସ ଆସୋସିଏସନ୍ ଓ ବନ୍ଦର ଅଧ୍ୟକ୍ଷ ଏମ୍.ଟି. କ୍ରିଷ୍ଣାବାବୁ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଜଟିଳ ରୂପ ନେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ମାଝୀ। ସେ କହିଛନ୍ତି, ପାରାଦୀପ ପୋର୍ଟ କେନ୍ଦ୍ର ଅଧୀନରେ ଆସୁଥିଲେ ବି ପରିବହନ ଉପରେ ସରକାର ନଜର ରଖିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ପଦକ୍ଷେପ ଗ୍ରହଣ କରାଯିବ।p1

ସେପଟେ ମାଲ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ରାଜନିତୀ ସରଗରମ ହେବାରେ ଲାଗିଛି । ବିଜେଡି ବିଧାୟକ ଡାକ୍ତର ଦାମୋଦର ରାଉତ ଓ ଗତ ନିର୍ବାଚନରେ ପରାଜିତ କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ। ବାପି ସର୍ଖେଲ ତାଙ୍କ ଅପରାଧ ସାମ୍ରାଜ୍ୟ ବଢାଇବା ପାଇଁ ଅଯଥା ସମସ୍ୟା ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଦାମ ରାଉତ। ଯାହାର ଜବାବ ରଖିଛନ୍ତି ବାପି ସର୍ଖେଲ୍। ବାପି କହିଛନ୍ତି ଯେ, ପାରାଦୀପ ଶିଳ୍ପାୟନରେ କିପରି ସ୍ଥାନୀୟ ପିଲା ନିଯୁକ୍ତି ପାଇବେ ସେ ନେଇ ଦାମ ବାବୁ କେବେ ଚେଷ୍ଟା କରିନାହାନ୍ତି । ଯେତେ ଶିଳ୍ପ ଅଛନ୍ତି, ତାଙ୍କ ସହ ସାଲିସ କରି ବର୍ଷ ବର୍ଷ ଧରି ଦାମ ବାବୁ ଚାଲାଆସିଛନ୍ତି । ଏହାକୁ ପ୍ରତିରୋଧ କରୁଛି ବୋଲି ସେ ମୋତେ ଗୁଣ୍ଡା ବୋଲି କହୁଛନ୍ତି ।

ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ ପାରାଦୀପ ପୋର୍ଟ ଷ୍ଟିଭେଡର୍ସ ଆସୋସିଏସନ୍ ଅଭିଯୋଗ କରିଥିଲା ଅଧ୍ୟକ୍ଷଙ୍କ ମନମୁଖୀ କାମ ଯୋଗୁଁ ବନ୍ଦର ଏବେ ପଙ୍ଗୁ ହେବାକୁ ବସିଛି। ବନ୍ଦରରେ କାମ କରୁଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କୁ ଉପେକ୍ଷା କରି ବେଆଇନ ଭାବେ ବନ୍ଦର ଅଧ୍ୟକ୍ଷ ଏମ୍.ଟି. କ୍ରିଷ୍ଣାବାବୁ ହାଇଦ୍ରାବାଦର ଏକ ଷ୍ଟିଭେଡର କମ୍ପାନୀକୁ ମାଲ୍ ଲୋଡିଂ ଓ ଅନଲୋଡିଂ କାମ ଦେଇଛନ୍ତି । ତେବେ ବନ୍ଦର ଅଧ୍ୟକ୍ଷ କହିଥିଲେ, କେବଳ ନିଜର ଏକଚାଟିଆ କାରବାର ଚଳାଇବା ଓ ଅନ୍ୟ ସଂସ୍ଥାକୁ ରୋକିବା ପାଇଁ ଏପରି ଅଭିଯୋଗ କରାଯାଇଛି। ଏପଟେ ରାଜ୍ୟ ବାହାର କମ୍ପାନୀଙ୍କୁ ମାଲ ଲୋଡିଂ ଅନଲୋଡିଂ କାମ ଦେବାର ପ୍ରତିବାଦ କରିଛି ଓଡ଼ିଶା ବିକାଶ ପରିଷଦ। ଏ ନେଇ ପରିଷଦ ପକ୍ଷରୁ ଭୁବନେଶ୍ୱରରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story