ପାରାଦୀପ ହେବ ବିଶ୍ୱସ୍ତରୀୟ ବନ୍ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା। ଏନେଇ ସୂଚନା ଦେଲେ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ। ସେ କହିଛନ୍ତି-“କମ୍‌ ସମୟରେ ଅଧିକ ମାଲ୍‌ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି। ସେସବୁ ଜାହାଜ ଆମ ବନ୍ଦରରେ ଥିବା ଡକ […]

paradeep999

Manoranjan Sial
  • Published: Wednesday, 30 December 2020
  • , Updated: 30 December 2020, 05:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା। ଏନେଇ ସୂଚନା ଦେଲେ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ।

ସେ କହିଛନ୍ତି-“କମ୍‌ ସମୟରେ ଅଧିକ ମାଲ୍‌ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି। ସେସବୁ ଜାହାଜ ଆମ ବନ୍ଦରରେ ଥିବା ଡକ ଭିତରକୁ ଆସିପାରୁନି। ବଡ଼ ଜାହାଜ ଆଣିବାକୁ ଭାରତକୁ ବଡ଼ ବନ୍ଦର ଓ ଡକ ଦରକାର। ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ।”

କେନ୍ଦ୍ର ସରକାର ପୂର୍ବ ଭାରତକୁ ଫୋକସରେ ରଖିଛନ୍ତି। ସେଥିପାଇଁ ପାରାଦୀପ ବନ୍ଦରକୁ ବିକାଶ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ବନ୍ଦରର ବିକାଶ ଘଟିଲେ ପୂର୍ବ ଭାରତ ଉନ୍ନତି ସମ୍ଭବ ବୋଲି ମତପ୍ରକାଶ ପାଇଛି।

Related story