୨୦୧୨ ଓ ଗତ ଡିସେମ୍ବରରେ ୨ ମହିଳାଙ୍କୁ ଜମି ବିକ୍ରି କରିଛନ୍ତି ମହାରାଜ

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟାର ରହସ୍ୟ ଭେଦିବା ପାଇଁ ଜାରି ରହିଛି ଏସ୍‌ଆଇଟିର ଖୋଳତାଡ଼। ଆଜି ମଧ୍ୟ ଏସ୍‌ଆଇଟି ସ୍ଥାନୀୟ ତହସିଲ ଓ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ ଯାଇ ଜମି କିଣାବିକାର ଖୋଳତାଡ଼ କରିଛି। ଏଥିରେ ଜମି କିଣାବିକା ସମ୍ପର୍କିତ ୨ଟି ଦସ୍ତାବିଜ୍‌ ଏସ୍‌ଆଇଟିର ହସ୍ତଗତ ହୋଇଛି,ଯେଉଁଥିରେ କି ୨୦୧୨ ଏପ୍ରିଲ ଓ ଗତବର୍ଷ ଡିସେମ୍ବର ମାସରେ ୨ ଜଣ ମହିଳାଙ୍କୁ ମହାରାଜ ଜମି ବିକ୍ରି କରିଥିବା ଜଣାପଡିଛି। ଅପରପକ୍ଷେ ମହାରାଜଙ୍କୁ ନଜରବନ୍ଦୀ କରି ରଖାଯିବା ଅଭିଯୋଗ […]

parala maharaja

Rakesh Mallick
  • Published: Saturday, 27 August 2016
  • , Updated: 28 August 2016, 07:12 AM IST

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟାର ରହସ୍ୟ ଭେଦିବା ପାଇଁ ଜାରି ରହିଛି ଏସ୍‌ଆଇଟିର ଖୋଳତାଡ଼। ଆଜି ମଧ୍ୟ ଏସ୍‌ଆଇଟି ସ୍ଥାନୀୟ ତହସିଲ ଓ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ ଯାଇ ଜମି କିଣାବିକାର ଖୋଳତାଡ଼ କରିଛି। ଏଥିରେ ଜମି କିଣାବିକା ସମ୍ପର୍କିତ ୨ଟି ଦସ୍ତାବିଜ୍‌ ଏସ୍‌ଆଇଟିର ହସ୍ତଗତ ହୋଇଛି,ଯେଉଁଥିରେ କି ୨୦୧୨ ଏପ୍ରିଲ ଓ ଗତବର୍ଷ ଡିସେମ୍ବର ମାସରେ ୨ ଜଣ ମହିଳାଙ୍କୁ ମହାରାଜ ଜମି ବିକ୍ରି କରିଥିବା ଜଣାପଡିଛି।

ଅପରପକ୍ଷେ ମହାରାଜଙ୍କୁ ନଜରବନ୍ଦୀ କରି ରଖାଯିବା ଅଭିଯୋଗ ଉପରେ ଏସ୍‌ଆଇଟି ରିଜର୍ଭ ଇନିସ୍‌ପେକ୍ଟରଙ୍କୁ ପଚରାଉଚରା କରିଛି। ଏବେ ସୁଦ୍ଧା ମହାରାଜ ସୁରକ୍ଷା କମିଟି ପକ୍ଷରୁ ଅଣାଯାଇଥିବା ସମ୍ପତ୍ତି ହଡ଼ପ ଏବଂ ନଜରବନ୍ଦୀ ଅଭିଯୋଗ ଉପରେ ତଦନ୍ତ ସରିଛି। ତେବେ କିଛି ବ୍ୟକ୍ତିବିଶେଷ ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପାଇଁ ୪ ଭାଇଭଉଣୀ ଆତ୍ମହତ୍ୟା  କରିଥିବା ଅଭିଯୋଗ ଉପରେ ଏବେ ଏସ୍‌ଆଇଟି ତା’ର ତଦନ୍ତକୁ ଫୋକସ କରିଛି।

Related story