ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଲା ପାର୍ସଲ ବୋମା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଛି ପାର୍ସଲ ବୋମା। ଅତାବିରା ଭାଲୁପତ୍ରା ଗାଁର ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ଘର ବାରଣ୍ଡାରେ ଥୁଆ ହୋଇଥିବା ଏକ ଅଜଣା ପ୍ୟାକେଟ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ସି.ଏଚ୍. ନାଗଭୂଷଣ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ବୋଲି କହିଛନ୍ତି ବରଗଡ଼ ଏସ୍‌ପି ମୁକେଶ କୁମାର ଭାମୁ । ଏହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ […]

shutterstock_372580054 (1)

shutterstock_372580054 (1)

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 07:24 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପରେ ବରଗଡ଼ରେ ଫୁଟିଛି ପାର୍ସଲ ବୋମା। ଅତାବିରା ଭାଲୁପତ୍ରା ଗାଁର ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ଘର ବାରଣ୍ଡାରେ ଥୁଆ ହୋଇଥିବା ଏକ ଅଜଣା ପ୍ୟାକେଟ ବିସ୍ଫୋରଣ ଘଟିଛି ।

ଏହି ବିସ୍ଫୋରଣରେ ସି.ଏଚ୍. ନାଗଭୂଷଣ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ବୋଲି କହିଛନ୍ତି ବରଗଡ଼ ଏସ୍‌ପି ମୁକେଶ କୁମାର ଭାମୁ । ଏହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ତେବେ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ଘଟିଥିଲା ଓ ପ୍ୟାକେଟ୍‌ରେ କଣ ଥିଲା ତାହାକୁ ନେଇ ଉଠିଛି ପ୍ରଶ୍ନ। କେଉଁଠୁ ଆସିଲା ଏହି ଆତ୍ମଘାତୀ ପ୍ୟାକେଟ୍ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos