ମେଡିକାଲରେ ସଂଘର୍ଷ କରୁଛି ପୁଅ, ଭିକ ମାଗୁଛନ୍ତି ବାପାମାଆ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ମେଡିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆଉ ସେପାଖେ ପୁଅର ଜୀବନ ଭିକ୍ଷା ମାଗୁଛନ୍ତି ବୃଦ୍ଧ ବାପା-ମାଆ। ଛଳ ଛଳ ଆଖିରେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଆଉ କହୁଛନ୍ତି “ବାବୁ କିଛି ସାହାଯ୍ୟ କର… ଆପଣ ସାହାଯ୍ୟ କଲେ ମୋ ପୁଅର ଅପରେସନ ହେବ…।” ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ବଡ଼ଗଡିଆ ଗାଁର ସୃଷ୍ଟିଧର ବେହେରା। ତାଙ୍କ ପୁଅ ଭବେଶ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ପ୍ରଥମେ […]

Balasore

Manoranjan Sial
  • Published: Tuesday, 21 September 2021
  • , Updated: 21 September 2021, 08:11 PM IST

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ମେଡିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆଉ ସେପାଖେ ପୁଅର ଜୀବନ ଭିକ୍ଷା ମାଗୁଛନ୍ତି ବୃଦ୍ଧ ବାପା-ମାଆ। ଛଳ ଛଳ ଆଖିରେ ଘରକୁ ଘର ବୁଲି ଭିକ ମାଗୁଛନ୍ତି। ଆଉ କହୁଛନ୍ତି “ବାବୁ କିଛି ସାହାଯ୍ୟ କର... ଆପଣ ସାହାଯ୍ୟ କଲେ ମୋ ପୁଅର ଅପରେସନ ହେବ...।”

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ବଡ଼ଗଡିଆ ଗାଁର ସୃଷ୍ଟିଧର ବେହେରା। ତାଙ୍କ ପୁଅ ଭବେଶ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ପ୍ରଥମେ ବସ୍ତା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ପରେ ତାଙ୍କୁ କଟକରେ ଏକ ଘରୋଇ ବଡ଼ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଇଥିଲା। ଏବେ ସେ ସେଠାରେ ଦେଢ ମାସ ଧରି ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଆଉ ପାଖରେ ସମ୍ୱଳ ନାହିଁ। ଜମିବାଡ଼ି ବି ବିକ୍ରି କରିସାରିଲେଣି ବାପା ସୃଷ୍ଟିଧର। ଏହା ସତ୍ତ୍ୱେ ଏଯାଏଁ ଭବେଶଙ୍କ ସଜ୍ଞା ଫେରୁନାହିଁ। ସେପଟେ ଡାକ୍ତର କହୁଛନ୍ତି, ଅହୁରି ୫ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏପରି ସ୍ଥିତି କେଉଁଠୁ ଏତେ ଟଙ୍କା ଆଣିବେ ସୃଷ୍ଟିଧର? ସେଥିପାଇଁ ବାପା ସୃଷ୍ଟିଧର ଓ ମାଆ ମାଳତି ପୁଅର ଫଟୋ ଧରି ଘରକୁ ଘର ବୁଲି ଭିକ ମାଗୁଛନ୍ତି।

ମେଡିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଥିବା ଭବେଶଙ୍କ ବାପା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର। ୧୫ ଡେସିମିଲ ଚାଷ ଜମି ରହିଥିଲା। ସେଥିରେ ଚଳିବା କଷ୍ଟକର ହେବାରୁ ସୃଷ୍ଟିଧର ପର ଘରେ ମୂଲ ଲାଗି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। ଘରର ଅଭାବକୁ ଦେଖି ଭବେଶ ଦୁଇଟି ଗାଈ ରଖି ଲାଳନ ପାଲନ କରୁଥିଲେ। ଗାଈ କ୍ଷୀର ବିକ୍ରିକରି ନିଜର ପାଠ ପଢା ପାଇଁ ଅର୍ଥ ଯୋଗାଡ଼ କରିବା ସହିତ ବଳକା ଅର୍ଥ ବାପାଙ୍କୁ ଦେଉଥିଲା।

ଗତ ଅଗଷ୍ଟ ମାସ ୧୩ ତାରିଖରେ ଭବେଶ କ୍ଷୀର ବିକ୍ରି କରିବା ପାଇଁ ଗୋଡିଖାଲ ଯାଉଥିଲେ। ୬୦ ନଂ ଜାତୀୟ ରାଜପଥରେ ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଭବେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହାୟତରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। କଟକରେ ବ୍ୟୟବହୁ ଚିକିତ୍ସା ଚାଲିଥିବାରୁ ବାପା ସୃଷ୍ଟିଧର ସମସ୍ତ ଜମିବାଡି ବିକ୍ରି କରିଦେଇଥିଲେ। ଏଥିସହିତ ଭବେଶଙ୍କ ସନ୍ତକ ଗାଈ ଦୁଇଟିକୁ ମଧ୍ୟ ବିକ୍ରି କରି ଦେଇଛନ୍ତି। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଅହୁରି ୫ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେଣୁ ବାପା ମାଆ ପୁଅର ଚିକିତ୍ସା ପାଇଁ ପୁଅର ଚିକିତ୍ସା ସମୟର ଫଟୋକୁ ଧାରି କାନ୍ଦି କାନ୍ଦି ଘର ଘର ବୁଲି ଭିକ ମାଗୁଛନ୍ତି।

Related story