କରୋନା ଆକ୍ରାନ୍ତ ମୃତ ଶିଶୁ ପୁତ୍ରକୁ ଧରି ହସ୍ପିଟାଲରୁ ବାପା ମା’ ଚମ୍ପଟ

କଟକ (ଓଡ଼ିଶା ରିପୋର୍ଟର): କଟକ ଶିଶୁ ଭବନରେ ଜଣେ ‘କରୋନା’ ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ତେବେ ମେଡିକାଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୃତ ଶିଶୁଟିକୁ ଧରି  ତା’ର ବାପା-ମା’ ଚମ୍ପଟ ମାରିଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ […]

sisubhawan corona ctc

Manoranjan Sial
  • Published: Friday, 31 July 2020
  • , Updated: 31 July 2020, 06:16 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଶିଶୁ ଭବନରେ ଜଣେ ‘କରୋନା’ ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ତେବେ ମେଡିକାଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୃତ ଶିଶୁଟିକୁ ଧରି  ତା’ର ବାପା-ମା’ ଚମ୍ପଟ ମାରିଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି।

ଆଜି ସକାଳେ ଧଉଳି ଅଞ୍ଚଳରୁ ୬ ବର୍ଷର ପୁଅକୁ ଧରି ବାପା ଓ ମା ମେଡିକାଲ ଆସିଥିଲେ। ନିୟମାନୁସାରେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା। ଆଣ୍ଟିଜେନ ଟେଷ୍ଟରେ ଛୁଆ ଓ ମାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ବର୍ଗଙ୍କୁ ଜଣାଇବା ପୂର୍ବରୁ ଆଇସୋଲେସନ ୱାର୍ଡରେ ଥିବା ଛୁଆଟିର ମୃତ୍ୟୁ ହୋଇସାରିଥିଲା।

ମା ଓ ଛୁଆର ରିପୋର୍ଟ ପଜିଟିଭ ଆସିବାରୁ ନିୟମ ଅନୁସାରେ ଶିଶୁ ଭବନ ପକ୍ଷରୁ ଏ ସମ୍ପର୍କରେ ସିଏମସିକୁ ଅବଗତ କରାଯାଇଥିଲେ। ତେବେ ସିଏମସି ଷ୍ଟାଫ୍ ଆସିଲା ବେଳକୁ ମୃତ ଶିଶୁକୁ ଧରି ତା’ର ବାପା ମା ଚମ୍ପଟ ମାରିଥିଲେ। ଏହାକୁ ନେଇ ଏବେ ଉଭୟ କଟକ ଓ ଭୁବନେଶ୍ୱରରେ ଆତଙ୍କ ଖେଳି ଯାଇଛି। କୌଣସି ପ୍ରଶାସିନିକ ଅଧିକାରୀ ଉକ୍ତ ପରିବାର ପାଖରେ ପହଞ୍ଚିଛନ୍ତି କି ନାହିଁ, ସେକଥା ମଧ୍ୟ ଜଣାପଡ଼ିନାହିଁ।

Related story