ସିବିଏସ୍ଇ ରେଜଲ୍ଟ ବିଭ୍ରାଟ: ଆନ୍ଦୋଳନରୁ ଓହରିଲା ଅଭିଭାବକ ସଂଘ

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ଗତ ୧୦ ଦିନର ଆନ୍ଦୋଳନ ପରେ ଆଜି ଆମରଣ ଅନଶନରୁ ଓହରିଛି ଅଭିଭାବକ ସଂଘ। ତେବେ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରଖାଯାଇଛି। ଓଡ଼ିଶା ଅଭିଭାବକ ସଂଘ ଚଳାଇଥିବା ଏହି ଆନ୍ଦୋଳନରେ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଆସିଥିବା ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବି ସାମିଲ ହୋଇଛନ୍ତି। ସିବିଏସ୍ଇ ଭୁବନେଶ୍ୱର ରିଜିଅନ୍ କାର୍ଯ୍ୟାଳୟ ପରିସରରେ ଏହି ଆନ୍ଦୋଳନ ଚାଲିଛି ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ […]

student

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 02:45 PM IST

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ଗତ ୧୦ ଦିନର ଆନ୍ଦୋଳନ ପରେ ଆଜି ଆମରଣ ଅନଶନରୁ ଓହରିଛି ଅଭିଭାବକ ସଂଘ। ତେବେ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରଖାଯାଇଛି। ଓଡ଼ିଶା ଅଭିଭାବକ ସଂଘ ଚଳାଇଥିବା ଏହି ଆନ୍ଦୋଳନରେ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ଆସିଥିବା ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବି ସାମିଲ ହୋଇଛନ୍ତି।

ସିବିଏସ୍ଇ ଭୁବନେଶ୍ୱର ରିଜିଅନ୍ କାର୍ଯ୍ୟାଳୟ ପରିସରରେ ଏହି ଆନ୍ଦୋଳନ ଚାଲିଛି ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ଏପଟେ ଖାତା ପୁନଃ ମୂଲ୍ୟାୟନ ନେଇ ଆଜି ଅଭିଭାବକଙ୍କ ପକ୍ଷରୁ ହାଇକୋର୍ଟରେ ସମୂହ ପିଟିସନ୍ ଦାଖଲ କରାଯିବ।

Related story