ଗାଏବ ଲେଗିଙ୍ଗସରୁ ଜାଲରେ ପଡ଼ିଲା ସରୋଜ

କଟକ(ଓଡ଼ିଶା ରିପୋର୍ଟର): ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଅଙ୍ଗ ତସ୍କରୀ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରୀର ବାପାମା’। କିନ୍ତୁ ଏସ୍‌ଆଇଟି ଘଟଣାର ତଦନ୍ତ ଭାର ହାତକୁ ନେବା ପରେ ନାବାଳିକାକୁ ଦୁଷ୍କର୍ମ ଯୋଗୁ ହତ୍ୟା କରାଯାଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଏସ୍‌ଆଇଟି ମୁଖ୍ୟ  ଅରୁଣ ବୋଥ୍ରା। ଏସ୍‌ଆଇଟି ମୁଖ୍ୟ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମୃତଦେହଟି ଉଲଗ୍ନ ଅବସ୍ଥାରେ ବସ୍ତା ମଧ୍ୟରେ ରହିଥିଲା। ତା ଉପରେ […]

child

Niharika Rout
  • Published: Tuesday, 22 December 2020
  • , Updated: 22 December 2020, 01:20 PM IST

କଟକ(ଓଡ଼ିଶା ରିପୋର୍ଟର): ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଅଙ୍ଗ ତସ୍କରୀ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରୀର ବାପାମା’। କିନ୍ତୁ ଏସ୍‌ଆଇଟି ଘଟଣାର ତଦନ୍ତ ଭାର ହାତକୁ ନେବା ପରେ ନାବାଳିକାକୁ ଦୁଷ୍କର୍ମ ଯୋଗୁ ହତ୍ୟା କରାଯାଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଏସ୍‌ଆଇଟି ମୁଖ୍ୟ  ଅରୁଣ ବୋଥ୍ରା।

ଏସ୍‌ଆଇଟି ମୁଖ୍ୟ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ମୃତଦେହଟି ଉଲଗ୍ନ ଅବସ୍ଥାରେ ବସ୍ତା ମଧ୍ୟରେ ରହିଥିଲା। ତା ଉପରେ ଫ୍ରକ୍‌ଟି ପଡ଼ିଥିବା ବେଳେ ଲେଗିଙ୍ଗସ କିନ୍ତୁ ଗାଏବ ଥିଲା।

ଫ୍ରକ୍‌ରେ ପଡ଼ିଥିବା ସିମେନ୍‌ରୁ ହିଁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।  ଅପରପକ୍ଷେ ଲେଗିନ୍ସ ନ ଥିବାରୁ ଆଜି ଏସ୍‌ଆଇଟି, ପୁଲିସ୍‌ ଟିମ୍‌ ଉପସ୍ଥିତିରେ ପୋଖରୀ ଶୁଖାଯାଉଛି। ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ କିଛି ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଏସ୍‌ଆଇଟି ମୁଖ୍ୟ।

ଏସ୍‌ଆଇଟି ମୁଖ୍ୟ ଦେଇଥିବା ସୂଚନା ଅନୁଯାୟୀ, ଘରେ କେହି ନ ଥିବା ସୁଯୋଗରେ ସରୋଜ ଜୁଲାଇ ୧୪ ତାରିଖରେ ପରୀକୁ ପ୍ରଥମେ ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ନାବାଳିକାଜଣକ କାନ୍ଦିବାରୁ ସେ ତଣ୍ଟି ଚିପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାହାର ମୃତ୍ୟୁ ହୋଇଥିଲା। ଏହାପରେ ସେ ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହାପରେ ମୃତଦେହ ଫ୍ରକ ଉପରେ ସିମେନ ପକାଇଥିବା ମାନିଛି ଅଭିଯୁକ୍ତ। ଫୋନୋଗ୍ରାଫି ଭିଡିଓ ଦେଖି ସେ ଏପରି କରିଥିବା ସ୍ୱୀକାର କରିଛନ୍ତି।

ଏହାପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ସେ ମୃତଦେହକୁ ଅଖା ବସ୍ତାରେ ପଶାଇ ତା’ ଉପରେ ଫ୍ରକ୍‌ ରଖିଥିଲା। ଏହାପରେ ବସ୍ତାକୁ ବାନ୍ଧି ନିକଟସ୍ଥ ପୋଖରୀରେ ପକାଇ ଦେଇଥିଲା। ହେଲେ ଘରେ ଲେଗିଙ୍ଗସଟି ଭୁଲି ଯାଇଥିବାରୁ ତା’ ପରେ ପୁଣି ଥରେ ଘରକୁ ଫେରି ଲେଗିଙ୍ଗସ ନେଇ ପୁଣି ଥରେ ପୋଖରୀରେ ପକାଇ ଦେଇଥିବା କହିଛି। ତେଣୁ ଫ୍ରକ୍‌ଟି ମିଳିଥିବା ବେଳେ ଏବେ ବି ଲେଗିଙ୍ଗସଟି ମିଳିପାରି ନାହିଁ। ଏହାକୁ ପାଇବା ନିମନ୍ତେ ଆଜି ପୋଖରୀ ଶୁଖାଯାଉଥିବା କହିଛନ୍ତି ।

Related story