ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ- କାହାକୁ ଘଣ୍ଟ ଘୋଡ଼ାଉଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଥର ସେ ସିଧାସଳଖ ପୁଲିସ୍ ଜିଡି ଅଭୟଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ୍ ଡିଜି କାହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଲେଖାଶ୍ରୀ କହିଛନ୍ତି, ଅଭିଯୁକ୍ତ ବାବୁଲି ନାୟକ ଓ ଅରୁଣ ସାହୁଙ୍କୁ ଛାଡି ଜଣେ ଯୁବକଙ୍କୁ ଧରି, ସିଏ ଦୋଷୀ ବୋଲି କହୁଛନ୍ତି । ଯଦି ଏସ୍‌ଆଇଟି ତଦନ୍ତ କରିବା ଏତେ […]

lekhashree-on-sit

Madhupriya Mistry
  • Published: Saturday, 19 December 2020
  • , Updated: 19 December 2020, 02:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଥର ସେ ସିଧାସଳଖ ପୁଲିସ୍ ଜିଡି ଅଭୟଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ୍ ଡିଜି କାହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଲେଖାଶ୍ରୀ କହିଛନ୍ତି, ଅଭିଯୁକ୍ତ ବାବୁଲି ନାୟକ ଓ ଅରୁଣ ସାହୁଙ୍କୁ ଛାଡି ଜଣେ ଯୁବକଙ୍କୁ ଧରି, ସିଏ ଦୋଷୀ ବୋଲି କହୁଛନ୍ତି । ଯଦି ଏସ୍‌ଆଇଟି ତଦନ୍ତ କରିବା ଏତେ ସହଜ ଥିଲା, ତେବେ ନୟାଗଡ ପୁଲିସ ଏଯାଏଁ କ’ଣ କରୁଥିଲା? ନୟାଗଡ ଏସପି ୫ ମାସ ପରେ ବି ମାମଲାର ସତ୍ୟତା ଜାଣିପାରିଲେ ନାହିଁ। ଏପରିକି ରେଞ୍ଜ ଡିଆଇଜି ବି କିପରି ମାମଲାକୁ ଜାଣିପାରିଲେନି ? ୫ ମାସ ଧରି ନୟାଗଡ଼ ପୁଲିସ୍ ଶିଥିଳ ପଡ଼ିଥିଲା । ପରୀର କପଡ଼ାରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାଙ୍ଗେ ସାଙ୍ଗେ ଡିଏନ୍‌ଏ ଆନାଲିସିସ କରି ଦୁଇ ମିନିଟ ଭିତରେ ବାହାର କରିପାରିଲ, ସେହି ଜିନିଷକୁ ନୟାଗଡ଼ ଏସପି କାହିଁକି ବାହାର କରିପାରିଲେ ନାହିଁ। ତେଣୁ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପଚାରିଛନ୍ତି ଲେଖାଶ୍ରୀ।

ଏହା ସହିତ ଏହି ଘଟଣାରେ ପୁଲିସ ଡିଜି କାହାକୁ ଘଣ୍ଟ ଘୋଡ଼ାଇବା ପାଇଁ ମିଛ କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଲେଖାଶ୍ରୀ କହିଛନ୍ତି, ଘଟଣା ପଛରେ ଅଙ୍ଗ ତସ୍କରୀ ରାକେଟ୍ ରହିଛି, ଯାହାକୁ ଚପାଇବାକୁ ଚେଷ୍ଟା କରାଯାଉଛି ।

ଏସ୍ଆଇଟି ମୁଖ୍ୟ ଲାଞ୍ଚ ଯାଚିବା ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ସେ କିପରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ସେ କହିଛନ୍ତି, ଏସବୁ ପଛରେ ବିଜେଡି ନେତା ରହିଛନ୍ତି । ସରକାରଙ୍କ ଇସାରାରେ ଏସବୁ ହେଉଛି। ତେବେ ତାଙ୍କର ଏହି ଅଭିଯୋଗକୁ ନେଇ ବିଜେଡି କିମ୍ବା ଏସଆଇଟିର ପ୍ରତିକ୍ରିୟା ମିଳିପାରିନି।

Related story