ଆସିଲା ଆଉ ଏକ ସାଂଘାତିକ ତଥ୍ୟ, ପରୀ ମାମଲାରେ ହାଇକୋର୍ଟ ସଫା ସଫା ଶୁଣାଇ ଦେଇଛନ୍ତି !

ନୟାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ଼ ଦେଖାଦେଇଛି। ହାଇକୋର୍ଟଙ୍କ ଜଣେ ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗକୁ ନେଇ ପୁଣି ନୂଆ ଖୁଲାସା ସାମ୍ନାକୁ ଆସିଛି। SIT ତଦନ୍ତର ମନିଟର ପାଇଁ ରାଜ୍ୟ ସରକାର ଯେଉଁ ନିବେଦନ କରିଥିଲେ, ତାକୁ ହାଇକୋର୍ଟ ଦେଢ଼ ମାସ ଆଗରୁ ଅର୍ଥାତ୍ ଗତବର୍ଷ ଡିସେମ୍ବର ୧ ତାରିଖରେ ଅଗ୍ରାହ୍ୟ କରିଦେଇଥିବା ସୂଚନା ଅଧିକାରୀ ହେମନ୍ତ ପଣ୍ଡା ସୂଚନା ଦେଇଛନ୍ତି। […]

judge

Tapas Behera
  • Published: Sunday, 17 January 2021
  • , Updated: 17 January 2021, 03:44 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ଼ ଦେଖାଦେଇଛି। ହାଇକୋର୍ଟଙ୍କ ଜଣେ ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗକୁ ନେଇ ପୁଣି ନୂଆ ଖୁଲାସା ସାମ୍ନାକୁ ଆସିଛି। SIT ତଦନ୍ତର ମନିଟର ପାଇଁ ରାଜ୍ୟ ସରକାର ଯେଉଁ ନିବେଦନ କରିଥିଲେ, ତାକୁ ହାଇକୋର୍ଟ ଦେଢ଼ ମାସ ଆଗରୁ ଅର୍ଥାତ୍ ଗତବର୍ଷ ଡିସେମ୍ବର ୧ ତାରିଖରେ ଅଗ୍ରାହ୍ୟ କରିଦେଇଥିବା ସୂଚନା ଅଧିକାରୀ ହେମନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଡେପୁଟୀ ରେଜିଷ୍ଟ୍ରାର ବି. ଦାଶ ଚିଠି ନଂ RTI-13/2020/696 ଯୋଗେ ସୂଚନା ଅଧିକାରୀ ହେମନ୍ତ ପଣ୍ଡାଙ୍କୁ ଗତ ୧୬ ତାରିଖରେ ଆଉ ଏକ ତଥ୍ୟ ପ୍ରଦାନ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ହୋଇଛି ଯେ ଜଣେ ସିଟିଂ ଜଜଙ୍କ ମନିଟରିଂରେ SIT ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ନିବେଦନକୁ ହାଇକୋର୍ଟ ଗତ ଡିସେମ୍ବର ୧, ୨୦୨୦ରେ ଅଗ୍ରାହ୍ୟ କରିଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସାର୍ବଜନୀନ କରିନଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିବେଦନ ହାଇକୋର୍ଟଙ୍କ ଦ୍ୱାରା ଅଗ୍ରାହ୍ୟ ହେବା ପରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୁପାରିସ୍ କରିପାରିଥାନ୍ତେ, କିନ୍ତୁ ଏହା କରାଯାଇନାହିଁ ବୋଲି ସୂଚନା ଅଧିକାରୀ ଅଭିଯୋଗ କରିଛନ୍ତି।

ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ଆବେଦନ ଆଧାରରେ ଗତ ଜାନୁଆରୀ ୬ ତାରିଖରେ ମିଳିଥିବା ତଥ୍ୟରେ କୁହାଯାଇଥିଲା ଯେ ସିଟିଂ ଜଜଙ୍କ ଦ୍ୱାରା SIT ମନିଟରିଂ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ଚିଠି ହାଇକୋର୍ଟଙ୍କ ହସ୍ତଗତ ହୋଇନାହିଁ। ତେବେ ଗତ ୧୬ ତାରିଖରେ ସୂଚନା ଅଧିକାର କର୍ମୀଙ୍କ ପୂର୍ବ ଆବେଦନ ଉପରେ ପୁନର୍ବାର ହାଇକୋର୍ଟ ଜନସୂଚନା ଅଧିକାରୀଙ୍କ ପକ୍ଷରୁ ଆସିଥିବା ତଥ୍ୟରେ କୁହାଯାଇଛି ଯେ ପୂର୍ବରୁ ଦିଆଯାଇଥିବା ତଥ୍ୟ ଅସଂପୂର୍ଣ୍ଣ ଥିଲା।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ SIT ଗଠନ କରିଥିଲେ। ରାଜ୍ୟ ସରକାର ତା’ ସହ ଏସଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ମଧ୍ୟ ଦେଇଥିଲେ ବୋଲି ଦାବି କରିଥିଲେ।

Related story