ବୋଥ୍ରାଙ୍କୁ ଭରସା ବ୍ରେନ୍‌ମ୍ୟାପିଂ !

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ SITର ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଛି। ନାର୍କୋ ଟେଷ୍ଟ ଲାଗି ଅଭିଯୁକ୍ତ ନାବାଳକର ଅସହମତି ପରେ ଖାରଜ ହୋଇଛି। ଖାରଜ ପରେ ପୁଣି ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ SIT ଆବେଦନ କରିଛି। ୧୩ରେ ଜୁଭେନାଇ ଜଷ୍ଟିସ୍ ବୋର୍ଡରେ ଆବେଦନ ଶୁଣାଣି ରହିଛି । ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା […]

Bothra

Tapas Behera
  • Published: Friday, 08 January 2021
  • , Updated: 08 January 2021, 07:03 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ SITର ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଛି। ନାର୍କୋ ଟେଷ୍ଟ ଲାଗି ଅଭିଯୁକ୍ତ ନାବାଳକର ଅସହମତି ପରେ ଖାରଜ ହୋଇଛି। ଖାରଜ ପରେ ପୁଣି ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ SIT ଆବେଦନ କରିଛି। ୧୩ରେ ଜୁଭେନାଇ ଜଷ୍ଟିସ୍ ବୋର୍ଡରେ ଆବେଦନ ଶୁଣାଣି ରହିଛି ।

ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ଏହାପରେ ଜୁଭେନାଇଲ ବୋର୍ଡ ପକ୍ଷରୁ ନାବାଳକ ଅଭିଯୁକ୍ତଙ୍କୁ ଟେଷ୍ଟ ଲାଗି ସହମତି ପାଇଁ ପଚରା ଯାଇଥିଲା। ମାତ୍ର ଅଭିଯୁକ୍ତ ଲିଖିତ ଭାବେ ତାଙ୍କର ଅସହମତି ପ୍ରକାଶ କରିଥିଲେ। ମୁଖ୍ୟତଃ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁସାରେ ଜଣେ ବ୍ୟକ୍ତିଙ୍କର ସହମତି ବିନା ତାଙ୍କର ନାର୍କୋ ଆନାଲିସିସ୍ ଟେଷ୍ଟ କରାଯାଇପାରିବ ନାହିଁ। ତେବେ ନାର୍କୋ ଟେଷ୍ଟ ପାଇଁ ନାବାଳକ ରାଜି ନ ହେବାରୁ ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ ଅନୁମତି ଦେଇନାହାନ୍ତି। ତେବେ ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଯିବା ପରେ ଆଜି SIT ବ୍ରେନ ମ୍ୟାପିଂ ପାଇଁ ଆବେଦନ କରାଯାଇଥିଲା।

Related story