କଙ୍କଡ଼ାହାଡ଼ରେ ବୁଲିଲା ପରୀ ରଥ

କାମାକ୍ଷାନଗର (ରାକେଶ ଦେହୁରୀ): ରାଜ୍ୟରେ ଶିଶୁକନ୍ୟାଙ୍କ ଉପରେ ବୃଦ୍ଧି ପାଉଥିବା ଯୌନ ନିର୍ଯାତନା ବନ୍ଦ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସଚେତନତା କାର୍ଯ୍ୟକ୍ରମ। ଏଥିପାଇଁ ସାରା ରାଜ୍ୟରେ ବୁଲୁଛି ‘ପରୀ ରଥ’। ଏହି ପରୀ ରଥ ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଅଂଚଳରେ ମଧ୍ୟ ବୁଲିଛି। କଙ୍କାଡ଼ାହାଡ଼ ଥାନାଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆଦିବାସୀ ନୃତ୍ୟର ତାଳେତାଳେ ବାହାରି ଗ୍ରାମ ପରିକ୍ରମା କରିଥିଲା। ଏହାପରେ ଥାନା ପାଖ ପଡ଼ିଆଠାରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିନୋଦ […]

39587c8c-8dee-47ce-922f-4cd84f575dc2

Ordigital Desk
  • Published: Tuesday, 05 June 2018
  • , Updated: 05 June 2018, 06:30 PM IST

କାମାକ୍ଷାନଗର (ରାକେଶ ଦେହୁରୀ): ରାଜ୍ୟରେ ଶିଶୁକନ୍ୟାଙ୍କ ଉପରେ ବୃଦ୍ଧି ପାଉଥିବା ଯୌନ ନିର୍ଯାତନା ବନ୍ଦ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସଚେତନତା କାର୍ଯ୍ୟକ୍ରମ। ଏଥିପାଇଁ ସାରା ରାଜ୍ୟରେ ବୁଲୁଛି ‘ପରୀ ରଥ’।

ଏହି ପରୀ ରଥ ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଅଂଚଳରେ ମଧ୍ୟ ବୁଲିଛି। କଙ୍କାଡ଼ାହାଡ଼ ଥାନାଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆଦିବାସୀ ନୃତ୍ୟର ତାଳେତାଳେ ବାହାରି ଗ୍ରାମ ପରିକ୍ରମା କରିଥିଲା। ଏହାପରେ ଥାନା ପାଖ ପଡ଼ିଆଠାରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିନୋଦ କାମିଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ, ବିଡିଓ ଦେବଦତ୍ତ ମହନ୍ତ, ଥାନା ଅଧିକାରୀ ସୁବାସ ପଣ୍ଡା, ପରୀ ରଥ କାର୍ଯ୍ୟକ୍ରମର ସଂଯୋଜକ ସସ୍ମିତା ବାରିକ, ଅବସରପ୍ରାପ୍ତ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଳ, କଙ୍କଡାହାଡ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ ସାହୁ, କଙ୍କଡାହାଡ ସରପଞ୍ଚ ହୃଦାନନ୍ଦ ବେହେରା, ବାଟଗାଁ ସରପଞ୍ଚ ରାଜେନ୍ଦ୍ର ସ୍ଵାଇଁ, କମଳ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Related story