‘ବଳି ନୁହେଁ, ମୋ’ ଝିଅକୁ ମାରି କିଡନୀ, ଆଖି ନେଇଯାଇଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ମୃତ୍ୟୁର ୪ ମାସ ପରେ ତା’ ଗାଁରେ ପାଦ ଦେଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ଦେଖାଦେଇଛି ବିବାଦ। ଅଙ୍ଗ ତଷ୍କରି ନୁହେଁ ପରୀକୁ ବଳି ଦିଆଯାଇ ଥାଇପାରେ କିମ୍ବା ଦୁଷ୍କର୍ମ ମଧ୍ୟ ହୋଇଥାଇପାରେ ବୋଲି କହିଛନ୍ତି ସନ୍ଧ୍ୟାବତୀ। କିନ୍ତୁ ସନ୍ଧ୍ୟାବତୀଙ୍କ ଯୁକ୍ତିକୁ ନାପସନ୍ଦ କରିଛନ୍ତି ପରୀର ବାପା ଅଶୋକ ସାହୁ। ତଦନ୍ତକୁ ଦିଗହରା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି ବୋଲି କହିଛନ୍ତି ପରୀର […]

pari

Niharika Rout
  • Published: Friday, 04 December 2020
  • , Updated: 04 December 2020, 02:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ମୃତ୍ୟୁର ୪ ମାସ ପରେ ତା’ ଗାଁରେ ପାଦ ଦେଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ଦେଖାଦେଇଛି ବିବାଦ। ଅଙ୍ଗ ତଷ୍କରି ନୁହେଁ ପରୀକୁ ବଳି ଦିଆଯାଇ ଥାଇପାରେ କିମ୍ବା ଦୁଷ୍କର୍ମ ମଧ୍ୟ ହୋଇଥାଇପାରେ ବୋଲି କହିଛନ୍ତି ସନ୍ଧ୍ୟାବତୀ। କିନ୍ତୁ ସନ୍ଧ୍ୟାବତୀଙ୍କ ଯୁକ୍ତିକୁ ନାପସନ୍ଦ କରିଛନ୍ତି ପରୀର ବାପା ଅଶୋକ ସାହୁ।

ତଦନ୍ତକୁ ଦିଗହରା ପାଇଁ ଏଭଳି ମନ୍ତବ୍ୟ ଦିଆଯାଇଛି ବୋଲି କହିଛନ୍ତି ପରୀର ବାପା ଅଶୋକ ସାହୁ । ଘଟଣାର ୪ ମାସ ପରେ ଗତକାଲି ପରୀ ଗାଁକୁ  ଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା   ବଳି ପ୍ରସଙ୍ଗ ଉଠାଇଥିଲେ।  ତେବେ ମାମଲାକୁ ଚାପିବା ପାଇଁ ଅଧ୍ୟକ୍ଷା ବିଭିନ୍ନ ପ୍ରକାର ଆଳ ଦେଖାଇବା ସହ ତଦନ୍ତକୁ ଦିଗହରା କରିବା ପାଇଁ  ଏପରି କହୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଶୋକ ।

ଗାଁରେ ବଳି କଥା କେହି କହିନାହାନ୍ତି। ଛେଳି, କୁକୁଡ଼ାକୁ ବି ବଳି ଦିଆଯାଉନି । ତାହା ମ୍ୟାଡାମଙ୍କ ନିଜସ୍ୱ  ମତ ବୋଲି କହିବା ସହ ନୟାଗଡ଼ରେ ବଳି ପ୍ରଥା ନାହିଁ ବୋଲି ସେ କହିଛନ୍ତି । ପରୀକୁ ବଳି ନୁହେଁ, ତାକୁ ମାରି ତା କିଡନୀ, ଆଖି ନେଇଯାଇଛନ୍ତି ବୋଲି ଦୃଢତାର ସହ କହିଛନ୍ତି ପରୀର ବାପା ଅଶୋକ  ।

ଅପରପକ୍ଷେ ନିଜ ମନ୍ତବ୍ୟରେ କିନ୍ତୁ ଅଟଳ ରହିଛନ୍ତି ସନ୍ଧ୍ୟାବତୀ ପ୍ରଧାନ । କାଲି ନୟାଗଡ଼ରେ ଏପରି ମନ୍ତବ୍ୟ ଦେବା ପରେ ଆଜି ସମ୍ବଲପୁରରେ ମଧ୍ୟ ସମାନ କଥା ଦୋହରାଇଛନ୍ତି ସନ୍ଧ୍ୟାବତୀ।

ପରୀର ମୃତ୍ୟୁ ସମୟରେ ଲକ୍ ଡାଉନ ଥିଲା, ହସ୍ପିଟାଲ ସୁବିଧା ବି ନଥିଲା। ତେଣୁ  ସେ ସମୟରେ ଅଙ୍ଗତସ୍କରୀ ସମ୍ଭବ ନୁହେଁ। ଯଦି ଜଣେ ନେଲା, ଦେହାବଶେଷ କାହିଁକି ପୁଣି ପକାଇ ଦେଲା ବୋଲି ପ୍ରଶ୍ନ କରିଛନ୍ତି ସନ୍ଧ୍ୟାବତୀ। ନୟାଗଡ଼, କନ୍ଧମାଳ ଅଞ୍ଚଳରେ ବଳି ଅନ୍ଧବିଶ୍ୱାସ ରହିଛି ବୋଲି ମଧ୍ୟ ସେ ନିଜ ପକ୍ଷ ରଖି କହିଛନ୍ତି।

ଅପରପକ୍ଷେ,  ପରୀ ଦୁଷ୍କର୍ମର ଶିକାର ମଧ୍ୟ ହୋଇଥାଇପାରେ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା । ଦୁଷ୍କର୍ମ କରି କେମିକାଲ ପକାଇ ବଡି ନଷ୍ଟ କରିଦେଇ ଥାଇପାରନ୍ତି ବୋଲି କହିଛନ୍ତି।

ଏନେଇ  SIT ମୁଖ୍ୟଙ୍କ ସହ ଆଲୋଚନା କରିବି। ତଦନ୍ତ ପ୍ରକ୍ରିୟା ମଧ୍ୟ ସେହି ଦିଗରେ ହେବା ଦରକାର ବୋଲି କହିଲେ ସନ୍ଧ୍ୟାବତୀ ।

କିନ୍ତୁ ପରୀର ବାପା ଏହାକୁ ନାପସନ୍ଦ କରିବା ସହଂ ତଦନ୍ତକୁ ଦିଗହରା ପାଇଁ ବଳି ଥିଓରୀ କୁହାଯାଉଥିବା ଅଭିଯୋଗ ଆଣିଛନ୍ତି।

Related story