କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରଜଙ୍ଗ ଶଟ୍‌ଡାଉନ୍

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମ ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପ୍ରିୟଜିତ ସାମଲ। ପରଜଙ୍ଗରେ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ସହଯୋଗରେ ୬ ଦିନିଆ ଶଟ୍‌ଡାଉନ୍ କରାଯାଇଛି। ଏହି ଶଟ୍‌ଡାଉନ୍ ଆଜିଠାରୁ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ମେଡ଼ିକାଲ, ଔଷଧ ଦୋକାନ ,ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ,ବିଦ୍ୟୁତ ଯୋଗାଣ […]

uuuuuuuuuu

Tapaswini Nayak
  • Published: Friday, 24 July 2020
  • , Updated: 24 July 2020, 11:25 AM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମ ପଞ୍ଚାୟତକୁ ଆଜିଠାରୁ ୬ ଦିନ ପାଇଁ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ପ୍ରିୟଜିତ ସାମଲ। ପରଜଙ୍ଗରେ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ସହଯୋଗରେ ୬ ଦିନିଆ ଶଟ୍‌ଡାଉନ୍ କରାଯାଇଛି। ଏହି ଶଟ୍‌ଡାଉନ୍ ଆଜିଠାରୁ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ସମୟରେ ମେଡ଼ିକାଲ, ଔଷଧ ଦୋକାନ ,ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ,ବିଦ୍ୟୁତ ଯୋଗାଣ ଭଳି ସେବା ଗୁଡିକ ଜାରି ରହିବ।  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜରୁରୀ ସେବାରେ ନିୟୋଜିତ ସମସ୍ତ କର୍ମଚାରୀମାନଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ଅନ୍ୟ ସମସ୍ତ ଦୋକାନ ବଜାର ଗୁଡିକ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ।

ସମସ୍ତେ ସରକାରଙ୍କ କୋଭିଡ-୧୯ ନିୟମ ମାନି ଚଳିବାକୁ କୁହାଯାଇଛି। ପରଜଙ୍ଗରେ କରୋନା ସଂକ୍ରମଣ ଭୟାବହକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କ ଦ୍ଵାରା ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

Related story