କୋଣାର୍କ: ରଥଯାତ୍ରାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ପକ୍ଷରୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ନଦୀରେ ପାଟ୍ରୋଲିଙ୍ଗ୍ ମକଡ୍ରିଲ୍ କରିଛନ୍ତି। ୧୪ ଜଣିଆ ସାମୁଦ୍ରିକ ଥାନାର ଯବାନ ଅତ୍ୟାଧୁନିକ ସ୍ପିଡ୍ ବୋଟରେ ମକଡ୍ରିଲ କରିଛନ୍ତି। ସେହିପରି ରାମଚଣ୍ଡୀ ପାଖରେ ଥିବା ୨ ଟି ସ୍ପିଡ୍ ବୋଟ୍ ଓ ଦେବୀ ନଦୀ ମୁହାଣରେ ଥିବା ଗୋଟିଏ ବୋଟରେ ସାମୁଦ୍ରିକ ଥାନାର ଯବାନ ମାନେ ଆସନ୍ତ ୩୦ ତାରିଖ ପର୍ଯ୍ୟନ୍ତ ଏହି ମକଡ୍ରିଲ କରିବେ। ଯବାନ ମାନେ ସମୁଦ୍ର ମଧ୍ୟରେ ସନ୍ଦିଗ୍ଧ ବ୍ୟକ୍ତି, ସାମୁଦ୍ରିକ ବୋଟ ଓ ଡଙ୍ଗା ଉପରେ କଡା ନଜର ରଖିବେ।