୨୪ ଘଣ୍ଟା ପରେ ତାତିରୁ ମିଳିପାରେ ଆଶ୍ୱସ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟରେ ଏଭଳି ଖରା ଜାରି ରହିବ। ତେବେ ୨୪ ଘଣ୍ଟା ପରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୪ ଘଣ୍ଟା ପରେ କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲ୍‌କା ବର୍ଷା ହୋଇପାରେ। ତେବେ ଆଉ […]

heat

Jitendra Garnayak
  • Published: Saturday, 11 May 2019
  • , Updated: 11 May 2019, 12:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟରେ ଏଭଳି ଖରା ଜାରି ରହିବ। ତେବେ ୨୪ ଘଣ୍ଟା ପରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୪ ଘଣ୍ଟା ପରେ କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲ୍‌କା ବର୍ଷା ହୋଇପାରେ। ତେବେ ଆଉ କିଛି ସ୍ଥାନରେ ତାପାମାତ୍ରା  ୪୦ ଡିଗ୍ରୀ ଉପରେ ରହିପାରେ। ଚାରି ପାଞ୍ଚ ଦିନ ଯାଏ କାଳବୈଶାଖୀ ଜାରି ରହିବ। ସେଥିପାଇଁ ତାତି ସାମାନ୍ୟ କମିପାରେ।

ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ୧୧ଟି ସହରର ତାପାମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ତିନିଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୫.୪ ଓ ସମ୍ବଲପୁରରେ ୪୫.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୪୨.୧ ଓ ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ରହିଥିଲା।

ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ପାଇଁ ଆଜି ଓ ଆସନ୍ତାକାଲି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଛୋଟପିଲା, ବୟସ୍କ ଓ ରୋଗ୍ରସ୍ତ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Related story