ଝାରସୁଗୁଡା: ପଶ୍ଚିମ ଓଡିଶାରେ କେଉଁଠି ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ହେବେ ସେ ନେଇ ଆଜି ଝାରସୁଗୁଡାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଶ୍ଚିମ ଓଡିଶାର ୩୧ଟି ଓକିଲ ସଂଘ କର୍ମକର୍ତ୍ତାଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯଶ୍ୱନ୍ତ ସିଂ କମିଟିର ନିୟମ ଅନୁସାରେ ସର୍ବସମ୍ମତି କ୍ରମେ କେଉଁ ସ୍ଥାନରେ ପଶ୍ଚିମ ଓଡିଶାର ହାଇକୋର୍ଟ ବେଞ୍ଚ ହେବ ସେ ନେଇ ବୈଠକରେ ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ତାହା ପ୍ରକାଶ କରାଯାଇନି । ଆସନ୍ତା ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହରେ ୧୧ କେନ୍ଦ୍ରୀୟ କମିଟିର ଜଣିଆ ଟିମ ଦିଲ୍ଲୀ ଗସ୍ତ କରି ବିଭାଗୀୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ବ୍ୟତୀତ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ ଯେପରି ସ୍ଥାପନ କରାଯିବ ସେ ନେଇ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବ ବୋଲି କୁହାଯାଇଛି।